FeaturedLatestSports

୧୯ ବର୍ଷରୁ କମ୍‌‌ ମହିଳା ଟି-୨୦ ବିଶ୍ୱକପ୍‌‌ ଜିତିଲା ଭାରତ

ନୂଆଦିଲ୍ଲୀ (ସଂକେତ ଟିଭି): ୧୯ ବର୍ଷରୁ କମ୍‌‌ ମହିଳା ଟି-୨୦ ବିଶ୍ୱକପ୍‌‌ରେ ଭାରତୀୟ ମହିଳା ଦଳ ବିଶ୍ୱ ଚାମ୍ପିଆନ ହୋଇଛି । କୁଆଲାଲୁମ୍ପୁରରର ଓଭାଲରେ ହୋଇଥିବା ଫାଇନାଲ୍ ଲଢ଼େଇରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ମାତ୍ ଦେଇ ଦଳ ଏହି ଟାଇଟଲ ହାସଲ କରିଛି ।

ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଥମେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୨୦ ଓଭର ଖେଳି ଅଲଆଟ୍ ହୋଇ ମାତ୍ର ୮୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ତେବେ ଭାରତ ୮୩ ରନ୍ ଟାର୍ଗେଟର ପିଛା କରି ୧୧.୨ ଓଭର ଖେଳି ବିଜୟ ହାସଲ କରିଛି । ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ମହିଳା ବିଶ୍ୱ ଚମ୍ପିଆନ ହୋଇଛି । ଭାରତ ୨୦୨୩ରେ ସାଉଥ ଆଫ୍ରିକାରେ ଆୟୋଜିତ ମହିଳା ଟି-୨୦ ବିଶ୍ୱକପ୍ ଜିତିଥିଲା ।

ଏହି ଟୁର୍ଣ୍ଣାମେଣ୍ଟର ସବୁ ୬ଟି ଯାକ ମ୍ୟାଚ୍‌‌ ଜିତି ଭାରତ ଅପରାଜେୟ ରହିଛି ଓ ହଟ୍‌‌ ଫେବରାଇଟ୍‌‌ ବିବେଚତ ହୋଇଥିଲା। ନିକ୍କି ପ୍ରସାଦଙ୍କ ନେତୃତ୍ୱାଧୀନ ଭାରତ ଓେଷ୍ଟଇଣ୍ଡିଜକୁ ୯ ୱିକେଟରେ, ମାଲେସିଆକୁ ୧୦ ୱିକେଟରେ, ଶ୍ରୀଲଙ୍କାକୁ ୬୦ ରନରେ, ବାଂଲାଦେଶକୁ ୮ ୱିକେଟରେ, ସ୍କଟଳାଣ୍ଡକୁ ୧୫୦ ରନରେ ଓ ଶେଷରେ ସେମିଫାଇନାଲରେ ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।