ଚାଷୀ ବେଶରେ ମଣ୍ଡି ଯାଞ୍ଚ କଲେ ଜିଲ୍ଲାପାଳ
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ୍ ସତ୍ତ୍ବେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ହୋଇଥିଲା । ଏହାକୁ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଚାଷୀ ବେଶରେ ମଣ୍ଡିକୁ ଯାଇଥିଲେ । ହାଫ୍ ପ୍ୟାଣ୍ଟ, ମୁଣ୍ଡରେ ଟୋପି, ମୁହଁରେ ମାସ୍କ ପିନ୍ଧି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧାମନଗର କଟସାହି ସେବା ସମବାୟ ସମିତି ଦ୍ବାରା ଖୋଲା ଯାଇଥିବା ମଣ୍ଡିରେ ପହଞ୍ଚିଥିଲେ ।
ଜିଲ୍ଲାପାଳ କହିଛନ୍ତି ଯେ ଅଭିଯୋଗର ସତ୍ୟାସତ୍ୟ ପରିଖିବା ପାଇଁ ଯାଇଥିଲି । ସେ କହିଛନ୍ତି ୩ ଘଣ୍ଟା ଧରି ସେହି ଅଞ୍ଚଳରେ ବୁଲିଲୁ । ଚାଷୀଙ୍କ ଅଭିଯୋଗର ସତ୍ୟାସତ୍ୟ ପାଇଲି । ଆଜି ମିଳିବ କାରଣ ଦର୍ଶାଅ ନୋଟିସର ଉତ୍ତର । ଚାଷୀଙ୍କ ସହ ସରକାର ଓ ପ୍ରଶାସନ ଅଛନ୍ତି । ଅଭିଯୋଗ କରନ୍ତୁ , କାର୍ଯାନୁଷ୍ଠାନ ନିଶ୍ଚିତ ନେବୁ ।
ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ ଆଳରେ ଚାଷୀଙ୍କଠାରୁ କୁଇଣ୍ଟାଲ ପିଛା ୮ରୁ ୧୦ କିଲୋ ପର୍ଯ୍ୟନ୍ତ ଧାନ କଟ୍ନୀ ଛଟ୍ନୀ କରୁଛନ୍ତି । ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକ ଏଆରସିଏସ୍ ସୋସାଇଟି ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।