ଦିଲ୍ଲୀ ଏକଜିଟ୍ ପୋଲ୍, ଆଗରେ ବିଜେପି
ନୂଆଦିଲ୍ଲୀ (ସଂକେତ ଟିଭି): ଆଜି ଦିଲ୍ଲୀ ନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଏକଜିଟ୍ ପୋଲ୍ ଆସିଛି । ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି ସରକାର ଗଢିବ ବୋଲି ଅନେକ ଏକଜିଟ୍ ପୋଲରେ ଅନୁମାନ କରାଯାଇଛି ।
ସୂଚନା ମୁତାବକ, ପିଏମ୍ଏଆରକ୍ୟୁର ଅନୁମାନ ମୁତାବକ ଦିଲ୍ଲାରେ ଆପ୍ ୨୧ରୁ ୩୧ ଆସନ ଜିତିପାରେ, ସେହିପରି ବିଜେପି ୩୯ରୁ ୪୯ ସିଟ୍ ଜିତିବା ନେଇ ଅନୁମାନ କରାଯାଉଛି । ତେବେ କଂଗ୍ରେସର ଖାତା ଦିଲ୍ଲୀରେ ଶୂନ୍ କିମ୍ବା ଏକ ରହିପାରେ ବୋଲି ପିଏମଏଆରକ୍ୟୁ ପୂର୍ବାନୁମାନ କରିଛି ।
ଅନ୍ୟପଟେ ମାଟ୍ରିଜର ଏକଜିଟ୍ ପୋଲ୍ ମୁତାବକ, ଦିଲ୍ଲୀରେ ବିଜେପିକୁ ୩୫ରୁ ୪୦ ସିଟ୍ ମିଳିପାରେ, ଏହାସହ ଆପକୁ ୩୨ରୁ ୩୭, କଂଗ୍ରେସକୁ ଶୂନ୍ କିମ୍ବା ୧ ସିଟ୍ ମିଳିପାରେ । ସେହିପରି ‘ଜେଭିସି’ର ପୂର୍ବାନୁମାନ ମୁତାବକ, ଦିଲ୍ଲୀରେ ବିଜେପିକୁ ୩୯ରୁ ୪୫ ସିଟ୍ ମିଳିପାରେ, ଏହାସହ ଆପକୁ ୨୨ରୁ ୩୧ ସିଟ୍, କଂଗ୍ରେସକୁ ଶୂନ୍ କିମ୍ବା ୨ଟି ସିଟ୍ ମିଳିପାରେ ବୋଲି ପୂର୍ବାନୁମାନ କରାଯାଇଛି ।
ଦିଲ୍ଲୀ ଏକଜିଟ୍ ପୋଲକୁ ନେଇ ଚାଣକ୍ୟ ଷ୍ଟ୍ରାଟେଜୀ କହିଛି କି, ଏଥର ବିଜେପି ଧମାକାଦାର ପ୍ରଦର୍ଶନ କରିବାକୁ ଯାଉଛି । ଦିଲ୍ଲୀରେ ବିଜେପିକୁ ୩୯-୪୪ ସିଟ୍ ମିଳିବାକୁ ଯାଉଥିବା ଚାଣକ୍ୟ କହିଛି । ସେହିଭଳି ଆପ୍କୁ ୨୫-୨୮ ସିଟ୍ ମିଳିବାକୁ ଯାଉଥିବା ବେଳେ କଂଗ୍ରେସକୁ ୨-୩ ସିଟ୍ ମିଳିବାକୁ ଯାଉଛି ।