ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ନଗଦ ଦେଢ କୋଟି ଟଙ୍କା ଜବତ
ଭୁବନେଶ୍ବର(ସଂକେତ ଟିଭି): ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ସମୟରେ ବାହାରିଲା ନଗଦ ଦେଢ କୋଟି ଟଙ୍କା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁଙ୍କ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପୁର ସ୍ଥିତ ପ୍ରକଳ୍ପ ଅଧିକାରୀଙ୍କ ଘରେ ଚଢ଼ାଉ ବେଳେ ଏହି ନଗଦ ଟଙ୍କା ଉଦ୍ଧାର ହୋଇଥିଲା ।
ଜୟପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଥିଲା । ଚଢାଉରେ 2 ଜଣ ଅତିରିକ୍ତ ଏସପି, 4 ଜଣ ଡିଏସପି, 10 ଜଣ ଇନ୍ସପେକ୍ଟର, 6 ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ ।
ମାଲକାନଗିରି, କଟକ ଏବଂ ଭୁବନେଶ୍ୱରରେ ଏହି ଚଢାଉ ଜାରି ରହିଛି । ଜୟପୁରରେ ଅବସ୍ଥିତ ଆବାସିକ ତିନି ମହଲା କୋଠା, ମାଲକାନଗିରିରେ ଅବସ୍ଥିତ ସହାୟକ କୃଷି ଇଞ୍ଜିନିୟର ଶ୍ରୀ ମୋହନ ମଣ୍ଡଳଙ୍କ ଘର, ଅଫିସ, କଟକର ବାଲିସାହିର ନୂଆପଡ଼ାରେ ଶାନ୍ତନୁଙ୍କ ପୈତୃକ ଘର, ଭୁବନେଶ୍ବରର ଭୀମଟାଙ୍ଗିହାଉସିଂ ବୋର୍ଡ କଲୋନୀରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ମାଲକାନଗିରିରେ ଅବସ୍ଥିତ ପିଡି ୱାଟରସେଡ୍, ମାଲକାନଗିରିର ଡାଟା ଏଣ୍ଟ୍ରି ଅପରେଟର, ଶ୍ରୀ ବିଶ୍ୱଜିତ ମଣ୍ଡଳଙ୍କ ଘର, ମାଲକାନଗିରିରେ ଅବସ୍ଥିତ ପି.ଡି. ୱାଟରସେଡ୍ କାର୍ଯ୍ୟାଳୟର ଠିକା କର୍ମଚାରୀ ଶ୍ରୀ ଅମୀୟକାନ୍ତ ସାହୁଙ୍କ ଘର ଆଦି ସାତଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି ।