FeaturedGeneralLatestPolitics

ମହାକୁମ୍ଭରେ ବୁଡ ପକାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରୟାଗରାଜ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରୟାଗରାଜର ମହାକୁମ୍ଭ ମେଳାରେ ସ୍ନାନ କରିବା ସହିତ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ରହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିଥିଲେ, ସେଠାରୁ ସେ ଏକ ହେଲିକପ୍ଟରରେ ଚଢ଼ି DPS ହେଲିପ୍ୟାଡରେ ଅବତରଣ କରିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇଥିଲେ। ଏଠାରୁ ପ୍ରଧାନମନ୍ତ୍ରୀ ଅରାଇଲ ଘାଟରେ ପହଞ୍ଚିଲେ, ସେଠାରୁ ସେ ଏକ ସ୍ୱତନ୍ତ୍ର ଡଙ୍ଗାରେ ବସି ତ୍ରିବେଣୀ ସଙ୍ଗମ ଅଭିମୁଖେ ଯାତ୍ରା କଲେ। ଡଙ୍ଗା ଯାତ୍ରା ସମୟରେ, ପ୍ରଧାନମନ୍ତ୍ରୀ ତ୍ରିବେଣୀ ସଙ୍ଗମରେ ଉପସ୍ଥିତ ଭକ୍ତମାନଙ୍କ ଅଭିବାଦନ ମଧ୍ୟ ଗ୍ରହଣ କରିଥିଲେ।

ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ନୌକାବିହାର କରି ବୁଡ଼ ପକାଇବା ପରେ ଆଖଡା ସାଧୁସନ୍ଥଙ୍କୁ ଭେଟିଥିଲେ । ଏହା ପରେ ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆଜି, ପବିତ୍ର ସଙ୍ଗମରେ ବୁଡ଼ ପକାଇବା ପରେ, ମୁଁ ପ୍ରୟାଗରାଜ ମହାକୁମ୍ଭରେ ପ୍ରାର୍ଥନା କରିବାର ମହାନ ସୌଭାଗ୍ୟ ପାଇଲି। ମାତା ଗଙ୍ଗାଙ୍କ ଆଶୀର୍ବାଦ ପାଇ ମନକୁ ଅପାର ଶାନ୍ତି ଏବଂ ସନ୍ତୋଷ ମିଳିଛି। ସେ ସମସ୍ତ ଦେଶବାସୀଙ୍କ ସୁଖ, ସମୃଦ୍ଧି, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ହର-ହର ଗଙ୍ଗେ!”