ଜନଶୁଣାଣି ଅଭିଯୋଗର ସମାଧାନ ନହେଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର (ସଂକେତ ଟିଭି): ଜନଶୁଣାଣିରେ ଲୋକମାନଙ୍କ ପକ୍ଷରୁ ଅଣାଯାଉଥିବା ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ଚିଠି ଜାରି ହୋଇଛି ।
ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି, ପୁଲିସ ଡିଜି, ପୁଲିସ କମିସନର ସମସ୍ତଙ୍କୁ ସିଏମଓ ପକ୍ଷରୁ ଚିଠି ଜାରି କରାଯାଇଛି। କିଛି ଲୋକମାନେ ସେମାନଙ୍କ ସମସ୍ୟାର ସମାଧାନ ହେଉ ନଥିବାରୁ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ସେହିଠାରେ ହିଁ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି ।