ଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରୀ, ୯ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଏତଲା
ଭଦ୍ରକ (ସଂକେତ ଟିଭି): ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଜଣେ ବିବାହିତ ଯୁବକଙ୍କୁ ଥାନାକୁ ଆଣି ଜଣେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ ମିଶି ମାଡ଼ ମାରି ଲହୁଲୁହାଣ କରିଛନ୍ତି। ସେପଟେ ପୀଡ଼ିତ ଯୁବକଙ୍କୁ ଗିରଫ କରି ତରବରିଆ ଭାବେ ପୋଲିସ କୋର୍ଟଚାଲାଣ କରିଛି। ଭଦ୍ରକ ଟାଉନ ଥାନାର ଥାନା ଅଧିକାରୀ ଛୁଟିରେ ଥିବା ବେଳେ ଏଭଳି ଘଟଣା ଘଟିଛି ।
ସୂଚନା ଅନୁଯାୟୀ , ଗତ ୫ ତାରିଖରେ ଭଦ୍ରକର ମୋଟେଲ ଛକରେ ଜଣେ ଯୁବକ ମାତାଲ ଅବସ୍ଥାରେ ସ୍ତ୍ରୀଙ୍କୁ ମାଡ଼ ମାରୁଥିଲେ। ଏପରିକି ନିଶାସକ୍ତ ଯୁବକ ଜଣେ ମହିଳା କନେଷ୍ଟେବଳଙ୍କୁ ମଧ୍ୟ ଧକ୍କା ମାରିଥିଲେ । ଏହି ସମୟରେ ପୋଲିସ ଗାଡ଼ି ସମ୍ମୁଖ ରେ ମଧ୍ୟ ଯୁବକଙ୍କୁ ମହିଳା ପୋଲିସ ମଧ୍ୟ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ରେ ମହିଳା ପୋଲିସ ଓ ଥାନା ର ଅନ୍ୟ କର୍ମଚାରୀ ଙ୍କୁ ମାଡ ମାରିବା ନେଇ ଭଦ୍ରକ ଟାଉନ୍ ପୋଲିସ ଦୁଇ ମାମଲା ରୁଜୁ କରି ଥିଲା । କିନ୍ତୁ ପୋଲିସକୁ ଉଠାଇବା ପର ଦିନ ଅପରାହ୍ନ ରେ ଯୁବକ ଙ୍କୁ ଗୁରୁତର ଭାବେ ମେଡିକାଲ ଭର୍ତ୍ତି କରିବା ସହ ପରେ ରାତି ଅଧ୍ ରେ ଯୁବକ ଙ୍କୁ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାକୁ ନେଇ ଅଭିଯୁକ୍ତ ଙ୍କ ସ୍ତ୍ରୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କ କହିବା ଅନୁଯାୟୀ ଥାନା ର ସିସିଟିଭି କୁ ବନ୍ଦ୍ କରିବା ପରେ ଅତିରିକ୍ତ ଏସପି ଡ଼ିଆଇବି ଅଂଶୁମାନ ଦ୍ବିବେଦୀ , ମହିଳା ପୋଲିସ କର୍ମଚାରୀ ଙ୍କ ସହ ଥାନା ର ପ୍ରାୟ ନଅ ଜଣ ପୋଲିସ ତାଙ୍କ ସ୍ଵାମୀ ଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ସେ ଥାନା ର ସିସିଟିଭି ଯାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି ।
ଏ ନେଇ ମହିଳା ଜଣକ ଭଦ୍ରକ ଟାଉନ୍ ଥାନା ରେ ନଅ ଜଣ ପୋଲିସ ଙ୍କ ବିରୋଧ ରେ ଏତଲା ଦେଇଛନ୍ତି । ତେବେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ନିଜେ ଅତିରିକ୍ତ ଏସପି , ଅଭିଯୋଗକାରୀ ମହିଳା ପୋଲିସ ସିସିଟିଭି ବନ୍ଦ୍ କରି ମାଡ ମାରିବା ଘଟଣା ର ତଦନ୍ତ ଦାବି କରିଛନ୍ତି ।