ଅଭିନେତା ଉତ୍ତମ ମହାନ୍ତି ଆଇସିୟୁରେ ଭର୍ତ୍ତି, ଗୁରୁଗାଓଁକୁ ହେବେ ଏୟାରଲିପ୍ଟ
ଭୁବନେଶ୍ବର(ସଂକେତ ଟିଭି): ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ଲିଭର ସିରୋସିସରେ ରୋଗରେ ପୀଡିତ ଅଛନ୍ତି । ଭୁବନେଶ୍ବରର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ICUରେ ଚିକିତ୍ସା ଚାଲିଥିବା ନେଇ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସେ ୩ ଦିନ ତଳୁ କିମ୍ସରେ ଆଡ଼ମିଶନ ହୋଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ ଅଛନ୍ତି। ଲିଭର ଫେଲ୍ୟୁର ହୋଇଛି। ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଅଧିକ ଚିକିତ୍ସା ଲାଗି ପରିବାର ଲୋକ ଅନ୍ୟ ହସ୍ପିଟାଲକୁ ନେବା ପାଇଁ ଚାହୁଁଛନ୍ତି । ଏଥିପାଇଁ ହାଇଦ୍ରାବାଦର AIG ହସ୍ପିଟାଲ ଓ ଗୁରୁଗାଁଓ ସ୍ଥିତ ମେଦାନ୍ତ ହସ୍ପିଟାଲ ସହ କଥାବାର୍ତ୍ତା ଚାଲିଛି। ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାରୁ ଏବେ ଅନ୍ୟ ହସ୍ପିଟାଲକୁ ଏୟାରଲିଫ୍ଟ କରିବା ପାଇଁ ଉପଯୁକ୍ତ ସମୟ। ଯଥାଶୀଘ୍ର ଏୟାର ଲିଫ୍ଟ ପାଇଁ ଚେଷ୍ଟା କରାଯାଉଛି ବୋଲି କିମ୍ସ କ୍ୟାନସର ହସ୍ପିଟାଲ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ମନୋଜ ସାହୁ କହିଛନ୍ତି।
ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା । ସେ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ପରେ, ଶୁଭେଚ୍ଛୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆଶୁଆରୋଗ୍ୟର କାମନା କରିଛନ୍ତି। ।