FeaturedGeneralLatestPolitics

ଦିଲ୍ଲୀ ପରେ ୨୦୨୬ରେ ପଶ୍ଚିମବଙ୍ଗ ପାଳି

ଭୁବନେଶ୍ବର (ସଂକେତ ଟିଭି): ଦିଲ୍ଲୀ ପରେ ଏବେ ପଶ୍ଚିମବଙ୍ଗର ପାଳି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ଲାଭ କରିବା ପରେ ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ‘ଦିଲ୍ଲୀର ବିଜୟ ଆମର, ୨୦୨୬ରେ ପଶ୍ଚିମବଙ୍ଗ ପାଳି ହେବ।’ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟକୁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶୁଭେନ୍ଦୁ କହିଛନ୍ତି । ସେ କହିଛନ୍ତି ଯେ, ଏହା ଦୁର୍ନୀତି ଏବଂ ମିଥ୍ୟା ରାଜନୀତିର ଅନ୍ତର ଆରମ୍ଭ। ଆମ୍‌ ଆଦ୍‌ମୀ ପାର୍ଟି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ବିଶ୍ୱାସଘାତକତା କରିଛି ଏବଂ ଦୁର୍ନୀତିରେ ଲିପ୍ତ ଅଛି, ଯାହାର ଜବାବ ଦିଲ୍ଲୀର ଲୋକମାନେ ଦେଇଛନ୍ତି।

ସେ କହିଛନ୍ତି, ଆପ୍‌ଦା (ଆପ୍‌) ବିଦାୟ ନେଲା। ଲୋକମାନେ ସେମାନଙ୍କୁ (ଆପ୍ ନେତାଙ୍କୁ) ଉଚିତ ଶିକ୍ଷା ଦେଲେ। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପୂର୍ବ ଗୌରବ ଫେରାଇ ଆଣି ପାରିବେ ଓ ଏହାକୁ ଏକ ସ୍ୱଚ୍ଛ ସହର କରିପାରିବେ। ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ଅଧିକ ସଂଖ୍ୟକ ବଙ୍ଗାଳୀ ବସବାସ କରୁଛନ୍ତି, ମୁଁ ସେଠାରେ ପ୍ରଚାର କରିଥିଲି। ସେଠାରେ ଭିତ୍ତିଭୂମି ଭାରି ଖରାପ। ସେମାନେ (ଆପ୍‌) ଦିଲ୍ଲୀକୁ ନଷ୍ଟ କରି ଦେଇଛନ୍ତି। ଅଧିକ ସଂଖ୍ୟକ ବଙ୍ଗାଳୀ ଲୋକ ବସବାସ କରୁଥିବା ଅଞ୍ଚଳରେ ବିଜେପି ସହଜରେ ବିଜୟୀ ହୋଇଛି।