ଅଟୋକୁ ପଛପଟୁ ଧକ୍କା ଦେଲା ସ୍କର୍ପିଓ: ୨ମୃତ, ୨ଗୁରୁତର
ବାରିପଦା (ସଂକେତ ଟିଭି): ମାଲ ବୋଝେଇ ଅଟୋକୁ ଏକ ଦୃତଗାମୀ ସ୍କୋର୍ପିଓ ପଛପଟୁ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ମଂଚାବନ୍ଧଠାରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଉଭୟ ଗାଡ଼ି ବାରିପଦାରୁ ବେତନଟି ଅଭିମୁଖେ ଯାଉଥିବାବେଳେ ଅଟୋକୁ ପଛ ପଟୁ ଅଧିକ ବେଗରେ ଆସୁଥିବା ସ୍କର୍ପିଓ ଧକ୍କା ଦେଇଥିଲା। ଅଟୋରେ ବସିଥିବା ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇ ବାରିପଦା ପିଆରଏମ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବାରିପଦା ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।