ଆପାର୍ଟମେଣ୍ଟ ପଞ୍ଜିକରଣ ବିଜ୍ଞପ୍ତିରେ ରହିତାଦେଶ ଜାରି କଲେ ହାଇକୋର୍ଟ
କଟକ (ସଂକେତ ଟିଭି): ଓଡିଶା ହାଇକୋର୍ଟ ଆପାର୍ଟମେଣ୍ଟ ପଞ୍ଜିକରଣ ସଂପର୍କିତ ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଗୃହ ଓ ନଗର ନିର୍ମାଣ ବିଭାଗର ଆଣିଥିବା ବିଜ୍ଞପ୍ତି ଉପରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍ଗ ଶେଖର ସାହୁଙ୍କ ଖଣ୍ଡପୀଠ ଏହି ରହିତାଦେଶ ଦେଇଛନ୍ତି । ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହି ବିଜ୍ଞପ୍ତି ଗତ ଫେବୃଆରୀ ପହିଲାରେ ବିଭାଗ ପକ୍ଷରୁ ଜାରି ହୋଇଥିଲା ।
୨୦୧୭ ମସିହା ପୂର୍ବରୁ ନିର୍ମାଣ ସରିଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । କିନ୍ତୁ ରେରା ଆଇନ୍ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା । ଯାହାକୁ କୋର୍ଟ ଗ୍ରହଣ କରିବା ସହିତ ସରକାରୀ ବିଜ୍ଞପ୍ତି ଉପରେ ଅଙ୍କୁଶ ଜାରି କରିଛନ୍ତି। ଏହାର ଶୁଣାଣି କରି ହାଇକୋର୍ଟ ନଗର ଉନ୍ନୟନ ବିଭାଗକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।