କନିଷ୍ଠ ଶିକ୍ଷକଙ୍କ ଦରମା ବଢାଇଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । କନିଷ୍ଠ ଶିକ୍ଷକମାନେ ପୂର୍ବରୁ ମାସିକ ୧୧ ହଜାର ଟଙ୍କା ପାଉଥିବାବେଳେ ଏହାକୁ ବୃଦ୍ଧି କରି ରାଜ୍ୟ ସରକାର ୧୬ ହଜାର ଟଙ୍କା କରିଛନ୍ତି । ସମଗ୍ର ଶିକ୍ଷା ଯୋଜନାରେ କନିଷ୍ଠ ଶିକ୍ଷକଙ୍କ ପାରିଶ୍ରମିକ । ପୂର୍ବରୁ ୧୧ ହଜାର ଟଙ୍କା ପାଉଥିଲେ କନିଷ୍ଠ ଶିକ୍ଷକ । ଗଣ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଖବର ଅନୁଯାୟୀ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ କନିଷ୍ଠ ଶିକ୍ଷକମାନେ ନିୟୋଜିତ ହୋଇଛନ୍ତି। ସେମାନଙ୍କୁ ମାସିକ ୧୧,୧୦୦ ଟଙ୍କା ପାରିଶ୍ରମିକ ଦିଆଯାଉଥିଲା। ସମୟ ସମୟରେ କନିଷ୍ଠ ଶିକ୍ଷକମାନେ ନିଜର ଦରମା ବୃଦ୍ଧି ପାଇଁ ଦାବି ମଧ୍ୟ କରିଆସୁଥିଲେ । ଶେଷରେ ରାଜ୍ୟ ସରକାର ରାଜ୍ୟରେ ଥିବା ୫ ହଜାର କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ।