ବାଲେଶ୍ବରରୁ ମହାକୁମ୍ଭ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୩୫ ଆହତ
ବାଲେଶ୍ବର (ସଂକେତ ଟିଭି): କୁମ୍ଭମେଳା ପାଇଁ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରୁ ପ୍ରୟାଗରାଜ ଯିବା ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ବିହାର-ଉତ୍ତରପ୍ରଦେଶ ସୀମାନ୍ତରେ ମଥାନି ନିକଟରେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୩୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ବସ୍ ରେ ୭୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ
ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଚନ୍ଦନେଶ୍ୱରରୁ ଶ୍ରୀରାମ ଜୀ ନାମ ବସଟି ଶ୍ରଦ୍ଧାଳୁମାନଙ୍କୁ ନେଇ ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଯାଉଥିଲା । ବୁଧବାର ରାତି ପ୍ରାୟ ୧୨.୫୦ ସମୟରେ ବସଟି ରାସ୍ତାକଡରେ ଛିଡା ହୋଇଥିବା ଏକ ବାଲି ବୋଝେଇ ଡମ୍ପରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ବସର ଆଗ ପଟ ସମ୍ପୂର୍ଣ୍ଣ ଭାବରେ ଚୂରମାର ହୋଇଯାଇଛି । ସମସ୍ତ ଆହତଙ୍କୁ ସେଠାରେ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।