FeaturedLatestNewsPolitics

ବିଧାନସଭା ପରିସରରେ ବିଧାୟକ ସନା ମହାକୁଡଙ୍କୁ ତାଗିଦ୍ କଲେ ନବୀନ

ଭୁବନେଶ୍ବର (ସଂକେତ ଟିଭି): ଚମ୍ପୁଆ ବିଜେଡି ବିଧାୟକ ସନା ମହାକୁଡ଼ଙ୍କୁ ତାଗିଦ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବିଧାୟକ ସନାତନ ମହାକୁଡ଼ଙ୍କୁ ଜବାବ ତଲବ କରିଛନ୍ତି ।

ଗତକାଲି ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବସିଥିବା ବିଜେଡି ବିଧାୟକ ଦଳ ବୈଠକକୁ ସନା ମହାକୁଡ ଆସିନଥିଲେ । ଆଜି ବିଧାନସଭା ପରିସରରେ ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖିବା ମାତ୍ରେ ପ୍ରଶ୍ନ କରିଥିଲେ, କାଲି କାହିଁକି ବିଧାୟକ ଦଳ ବୈଠକରେ ଉପସ୍ଥିତ ନ ଥିଲେ? ଉତ୍ତର ମିଳିଲା ଦେହ ଭଲ ନଥିଲା। ତାପରେ ନବୀନ ତେରେଛା ବାଣ ମାରି କହିଥିଲେ ଦେହ ଭଲ ନଥିଲା ନା ବିଜେପିକୁ ମୁହାଁଉଛନ୍ତି? ଆପଣ ବିଜେପି ସହ ଅଛନ୍ତି ନା ଭୋଟରଙ୍କ ସହ? ବିଧାୟକ ସାରଦା ଜେନା ବି ସନାତନ ମହାକୁଡଙ୍କ ଅସୁସ୍ଥ ଥିବା କଥା ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ। ନବୀନଙ୍କୁ ସ୍ଵାଗତ ପାଇଁ ବିଜେଡି ବିଧାୟକମାନେ ବିଧାନସଭାରେ ଅପେକ୍ଷା କରିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।