ଏଡିଇଓଙ୍କ ଘରେ ଭିଜିଲାନ୍ସ ଚଢାଉ, ୭ଟି ସ୍ଥାନରେ ହେଲା ଚଢ଼ାଉ
କୋରାପୁଟ (ସଂକେତ ଟିଭି): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଚମ୍ପିଆ ପଂଚାୟତର ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର (ଏଡିଇଓ) ଏସ୍. ପାର୍ଥସାରଥୀ ବିଶୋୟୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପୁର ଭିଜିଲାନ୍ସ ଟିମ୍ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଛି। ପଂଚାୟତ କାର୍ଯ୍ୟରେ ହେରଫେର କରୁଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ଭିଜିଲାନ୍ସ ଏହି ଚଢାଉ କରିଛି ।
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚମ୍ପିଆ ଗ୍ରାମରେ ଥିବା ଏସ୍ ପାର୍ଥ ସାରଥି ବିଶୋୟୀଙ୍କ ଘର, ସେହି ଗ୍ରାମରେ ଥିବା ତାଙ୍କ ଭାଇ ଏବଂ ସମ୍ପର୍କୀୟଙ୍କ ଘର, ଚମ୍ପିଆ ଗ୍ରାମରେଥିବା ତାଙ୍କ ଆଉ ଏକ ଘର, ଚମ୍ପିଆ ଠାରେ ଥିବା ସାଇ କୃଷ୍ଣ ଏଣ୍ଟରପ୍ରାଇଜେସ୍ ନାମକ କାଜୁ ପ୍ରୋସେସିଂ ୟୁନିଟ୍, ବୋରିଗୁମ୍ମାରେ ଥିବା ୩ ମହଲା ବିଶିଷ୍ଟ ଘର, କୋଟପାଡ ବ୍ଲକ ଅନ୍ତର୍ଗତ ବତାସନା ଜି.ପି. ଠାରେ ଥିବା ଅଫିସ୍ ଚାମ୍ୱରରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି ।