FeaturedLatestSports

ଆରସିବିର ନୂଆ ଅଧିନାୟକ ହେଲେ ରଜତ ପଟିଦାର

ମୁମ୍ବାଇ(ସଂକେତ ଟିଭି): କ୍ରିକେଟର ରଜତ ପଟିଦାରଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁ(ଆରସିବି) । ଏବିଷୟରେ ଦଳ ଆଜି ଆରସିବି ପକ୍ଷରୁ ଘୋଷଣା କରାଯାଇଛି। ପଟିଦାର ୨୦୨୧ ମସିହାରେ ଆରସିବି’ରେ ଯୋଗ ଦେଇଥିଲେ। ସେବେଠାରୁ ସେ ଦଳର ଏକ ଅଂଶ ଅଛନ୍ତି। ପଟିଦାର ଫ୍ରାଞ୍ଚାଇଜର ୮ମ ଅଧିନାୟକ ହେବେ।

ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା, କିନ୍ତୁ ଏହା ହୋଇନାହିଁ। ଦଳ ପଟିଦାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଗତ ସିଜିନ୍ ଅର୍ଥାତ୍ ଆଇପିଏଲ ୨୦୨୪ରେ, ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସିସ୍ ଦଳର ଅଧିନାୟକ ଥିଲେ। କିନ୍ତୁ ଆଇପିଏଲ ୨୦୨୫ ନିଲାମି ପୂର୍ବରୁ, ଦଳ ଫାଫ୍ ଡୁ ପ୍ଲେସିସଙ୍କୁ ରିଟେନ୍ ନକରିବା ସହ ମେଗା ନିଲାମରେ ତାଙ୍କୁ କିଣିନଥିଲା। ଫାଫ୍ ଡୁ ପ୍ଲେସିସ୍ ୨୦୨୫ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବେ। ଫାଫ୍ ଡୁ ପ୍ଲେସିସଙ୍କୁ ଦିଲ୍ଲୀ ୨ କୋଟି ଟଙ୍କାରେ କିଣିଛି।

ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ, ଆରସିବି କେବଳ ତିନି ଜଣ ଖେଳାଳିଙ୍କୁ ରିଟେନ୍ କରିଥିଲା, ଯେଉଁଥିରେ ରଜତ ପଟିଦାର ମଧ୍ୟ ଥିଲେ। ଦଳ ପାଟିଦାରଙ୍କୁ ୧୧ କୋଟି ଟଙ୍କାରେ ମୂଲ୍ୟରେ ଦଳରେ ରଖିଥିଲା। ପଟିଦାରଙ୍କ ବ୍ୟତୀତ, ଆରସିବି ବିରାଟ କୋହଲି ଏବଂ ୟଶ ଦୟାଲଙ୍କୁ ଦଳରେ ରଖିଥିଲା। କୋହଲିଙ୍କୁ ୨୧ କୋଟି ଟଙ୍କା ଏବଂ ୟଶ ଦୟାଲଙ୍କୁ ୫ କୋଟି ଟଙ୍କାରେ ରିଟେନ୍ କରିଥିଲା।