ଓଡ଼ିଶା ବିଜେପିର କୋର କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ବର(ସଂକେତ ଟିଭି): ଓଡ଼ିଶା ବିଜେପିର କୋର କମିଟି ବୈଠକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୂଘ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ କୋର କମିଟିର ଅନ୍ୟ ସମସ୍ତ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଛନ୍ତି।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ବିଜେପି ରାଜ୍ୟ ସଭାପତି ଚୟନ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ସେପଟେ ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବ ହେବାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ସଭାପତି ମନୋନୟନ ବିଳମ୍ବ ହୋଇଛି। ଦିନେ ଦୁଇଦିନ ମଧ୍ୟରେ ରାଜ୍ୟ ବିଜେପି ସଭାପତିଙ୍କ ନାମ ଘୋଷଣା କରାଯିବ। ନୂଆ ଚେହେରାଙ୍କୁ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ଦିଆଯିବ କି ମନମୋହନ ସାମଲଙ୍କୁ ପୁଣି ଥରେ ମନୋନୀତ କରାଯିବ ତାହା ଦଳ ନିଷ୍ପତ୍ତି ନେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏସବୁ କଥା କୋର କମିଟି ବୈଠକରେ ଆଲୋଚନା ହୋଇନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।