ଭିକାରିମୁକ୍ତ ହେବ ଓଡିଶା, ଅଭିଯାନ ଚଳାଇଛନ୍ତି ରାଜ୍ୟ ସରକାର: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟକୁ ଭିକାରୀ ମୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ ପୁରୀ ଠାରେ ନୀଳାଦ୍ରି ନିଳୟ ଏବଂ ଭୁବନେଶ୍ୱରରେ ଏକାମ୍ର ନୀଳୟ ଅଭିଯାନ କରାଯାଇଛି। ଭିକ୍ଷୁକମୁକ୍ତ କରିବା ପାଇଁ ଯୋଜନା ହାତକୁ ନିଆଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି।
ବିଧାନସଭା ବଜେଟ୍ ଅଧିବେଶନର ୨ୟ ଦିନରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍ ରାଜ୍ୟରେ କେତେ ସଂଖ୍ୟାରେ ଭିକାରୀ ରହିଛନ୍ତି ସେନେଇ ଲିଖିତ ଭାବେ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୫୨୮୪ ଜଣ ଭିକାରୀ ଅଛନ୍ତି । ଏଥିମଧ୍ୟରୁ କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି । ଏହାବାଦ୍ ବରଗଡ଼ରେ ୫୯୫, ଗଞ୍ଜାମ ଜିଲ୍ଲାରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦ ଜଣ ଭିକାରୀ ରହିଛନ୍ତି । ତେବେ ରାଜ୍ୟକୁ ରାଜ୍ୟକୁ ଭିକାରୀ ମୁକ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀ ଠାରେ ନୀଳାଦ୍ରି ନିଳୟ ଏବଂ ଭୁବନେଶ୍ୱରରେ ଏକାମ୍ର ନୀଳୟ ଅଭିଯାନ କରାଯାଇଛି। ଭିକ୍ଷୁକମୁକ୍ତ କରିବା ପାଇଁ ଯୋଜନା ହାତକୁ ନିଆଯାଇଛି।