FeaturedLatestNews

ମାର୍ଚ୍ଚ ୩୧ ବଢ଼ିଲା ରାସନ କାର୍ଡ ଇ-କେୱାଇସି ସମୟ ସୀମା: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର(ସଂକେତ ଟିଭି): ୩୧ ମାର୍ଚ୍ଚ ଯାଏ ବଢିଲା ରାସନ କାର୍ଡ ଇ-କେୱାଇସି ଅବଧି । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ କାର୍ଡ ଇ-କେୱାଇସି ସମୟ ସୀମା ବୃଦ୍ଧି ନେଇ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ପଞ୍ଚମ ଥର ପାଇଁ ଏହି ଅବଧି ବଢାଇଛନ୍ତି । ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା ।

ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ଲୋକ ଇକେୱାଇସି କରିନାହାନ୍ତି । ନେଟୱର୍କ ସମସ୍ୟା ପାଇଁ କିଛି ସ୍ଥାନରେ e-KYC ଅପଡେଟ୍‌ ହୋଇପାରିନି । ମୋଟ୍‌ ୩୪୧ଟି ଡିଲର ପଏଣ୍ଟରେ ନେଟୱର୍କ ସମସ୍ୟା ରହିଛି । ସେଥିରୁ ୨୩୦ ପଏଣ୍ଟରେ ବିଲ୍‌କୁଲ ନେଟୱର୍କ ନଥିବାବେଳେ ୧୧୧ ଡିଲର ପଏଣ୍ଟରେ ସ୍ଲୋ ନେଟୱର୍କ ସମସ୍ୟା ରହିଛି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।