ଟ୍ରକ୍ ଧକ୍କାରେ ଡିଏସପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ
ଯାଜପୁର (ସଂକେତ ଟିଭି): ଯାଜପୁର ୨୦ ନଂ ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ କାର-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଡିଏସପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। କାରଟି ଆସୁଥିବା ବେଳେ ରଙ୍ଗ ରୁଟ୍ରେ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ଯଯାତି କେଶରୀ ମେଡ଼ିକାଲ କଲେଜକୁ ପଠାଇ ଥିଲେ। ସେଠାରେ ପୋଲିସ ଅଧିକାରୀ ଡିଏସପି ବଳରାମ ନାୟକଙ୍କ ମୃତ ହୋଇଛି। ସେ ଯାଜପୁରରେ ପାଣି କୋଇଲି ଏସପି ଅଫିସ ରେ କାର୍ଯ୍ୟରତ ଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଡିଏସ୍ପି ବଳରାମ ନାୟକ ଆଜି ଅପରାହ୍ଣରେ ଘଟଗାଁସ୍ଥିତ ନିଜର ଜଣେ ସଂପର୍କୀୟଙ୍କ ସହିତ ଗ୍ରାମକୁ ଯାଉଥିଲେ। ଯାଜପୁର ୨୦ ନଂ ଜାତୀୟ ରାଜପଥ ଚାନ୍ଦପୁର ଛକ ନିକଟରେ ତାଙ୍କ କାରକୁ ରଙ୍ଗ ରୁଟ୍ରେ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କାର୍ରେ ଥିବା ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।