BusinessFeaturedLatestNews

ବିଧାନସଭାରେ ଉପସ୍ଥାପନ ହେଲା ୨୦୨୫-୨୬ ବର୍ଷ ପାଇଁ ବଜେଟ୍  

ଭୁବନେଶ୍ବର(ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ କୃଷି କ୍ଷେତ୍ରକୁ ସରକାର ଅଧିକ ଗୁରୁତ୍ବ ଦେଇଥିବା ଦେଖିବାକୁ ମିଳିଛି। ଏଥି ସହିତ କିଛି ନୂଆ ଯୋଜନା ସହ ଶିକ୍ଷା, ଗମନାଗମନ, କ୍ରୀଡ଼ା, ସ୍ବାସ୍ଥ୍ୟ ଓ ଜଳସେଚନ ଏସବୁକୁ ମଧ୍ୟ ନଜରରେ ରଖି ବଜେଟ ଉପସ୍ଥାପନା କରାଯାଇଛି।

ଚଳିତ ବଜେଟ୍‌ରେ କେଉଁ ବିଭାଗକୁ ମିଳିଲା କେତେ କୋଟି ଟଙ୍କା
ଗୃହ ବିଭାଗ: ୧୦୭୫୯.୯୦
ସାଧାରଣ ପ୍ରଶାସନ ବିଭାଗ: ୭୪୦.୭୮
ଆଇନ ବିଭାଗ: ୧୦୫୯.୪୪
ବାଣିଜ୍ୟ ବିଭାଗ: ୩୦୮.୮୧
ନିର୍ମାଣ ବିଭାଗ: ୧୨୦୦୦
ଓଡ଼ିଶା ବିଧାନସଭା: ୧୪୪.୬୨
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୧୫୩୭.୭୭
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ପଛୁଆ ବର୍ଗ କଲ୍ୟାଣ ବିଭାଗ ୬୪୩୬.୧୦
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୯୯୭୩.୫୭
ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ୩୭୩.୨୨
କ୍ରୀଡ଼ା ଓ ଯୁବସେବା ବିଭାଗ ୧୩୧୯.୭୯ କୋଟି
ଯୋଜନା ଓ ସଂଯୋଜନ ବିଭାଗ ୨୮୦୮.୨୨
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୨୮୪୫୧.୩୧
ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗ ୨.୯୬
ଶିଳ୍ପ ବିଭାଗ ୮୦୮.୧୫
ଜଳ ସମ୍ପଦ ବିଭାଗ ୧୪୮୯୪.୨୧
ପରିବହନ ବିଭାଗ ୩୭୯୪.୮୮
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୧୪୯୧.୪୯ କୋଟି
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୧୪୭୦୦.୭୧
ଇସ୍ପାତ ଓ ଖଣି ବିଭାଗ ୪୦୪.୩୯ କୋଟି
ସ୍କୁଲ ଓ ଗଣଶିକ୍ଷା ବିଭାଗ: ୩୧୧୮୫.୪୭
ରାଜସ୍ବ ବିଭାଗ : ୧୯୧୩.୨୮
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ : ୨୨୭୪୧.୨୧