FeaturedHealthLatestNews

୫୨୪୮ ଏମବିବିଏସ ଡାକ୍ତର ଓ ୧୨୬ ଦନ୍ତ ଚିକିତ୍ସକଙ୍କୁ ଦିଆଯିବ ନିଯୁକ୍ତି : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟରେ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ଏବଂ ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ଖୁବ ଶିଘ୍ର ନିଯୁକ୍ତି ଦିଆଯିବ । ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି | ଠିକ୍ ସେହିପରି ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ସୁପାରିଶ କରାଯାଇଛି।

ସେ କହିଛନ୍ତି ଯେ ସବୁ ଜିଲ୍ଲାହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା । ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି। ସାଟେଲାଇଟ ସେଣ୍ଟରରେ ଦଶଟି ଅବଜରଭେସନ ବେଡ଼ ରହିବ। ଜିଲ୍ଲା ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଲାଗି କ୍ୟାମ୍ପସରେ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ।

ସବୁ ଜିଲ୍ଲାହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ। ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା | ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି। ସାଟେଲାଇଟ ସେଣ୍ଟରରେ ଦଶଟି ଅବଜରଭେସନ ବେଡ଼ ରହିବ। ଜିଲ୍ଲା ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଲାଗି କ୍ୟାମ୍ପସରେ ୨୪ଘଣ୍ଟା ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।