FeaturedLatestNews

ରାଜ୍ୟରେ ଫାଙ୍କା ପଡିଛି ୬୬ଟି ଆଇଏଏସ ଏବଂ ୬୯ଟି ଆଇପିଏସ ପଦବୀ

ଭୁବନେଶ୍ବର(ସଂକେତ ଟିଭି): ରାଜ୍ୟରେ ଫାଙ୍କା ପଡିଛି ୬୬ଟି ଆଇଏଏସ ଏବଂ ୬୯ଟି ଆଇପିଏସ ପଦବୀ । ବିଧାୟକ ଅରୁଣ ସାହୁ ବିଧାନସଭାରେ ପଚାରିଥିବା ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, “ଓଡିଶା କ୍ୟାଡରରେ ଅନୁମୋଦିତ ଆଇଏଏସ ପଦବୀ ସଂଖ୍ୟା ୨୪୮ ରହିଛି । ବର୍ତ୍ତମାନ ରାଜ୍ୟ କ୍ୟାଡରରେ ୧୮୨ ଜଣ ଆଇଏଏସ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ୬୬ ପଦବୀ ଖାଲି ରହିଛି । ଏହା ବ୍ୟତୀତ ୨ ଜଣ ଆଇଏଏସ ଅଧିକାରୀ ଆନ୍ତଃ ରାଜ୍ୟ ଡେପୁଟେସନରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି ।

୨୨ ଜଣ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଓଡିଶା କ୍ୟାଡରର ଆଇଏଏସ ଅଧିକାରୀ ହେଲେ ତୁହିନକାନ୍ତି ପାଣ୍ଡେ, ନିତିନ ଚନ୍ଦ୍ରା, ସଂଜୀବ ଚୋପ୍ରା, ଗୁଡି ଶ୍ରୀବାସ୍ତବ, ସଂଜୟ ରସ୍ତୋଗି, ଚନ୍ଦ୍ରଶେଖର କୁମାର, ଅଶୋକ କୁମାର ମୀନା, ସନ୍ତୋଷ କୁମାର ଷଡ଼ଙ୍ଗୀ, ରଂଜନା ଚୋପ୍ରା, ସୁଶୀଲ କୁମାର ଲୋହାନି, ପ୍ରମୋଦ କୁମାର ମେହେର୍ଦ୍ଦା, ଡୋଡା ଭି ସ୍ୱାମୀ, ଦେବଜାନୀ ଚକ୍ରବର୍ତ୍ତୀ, କିଶନ କୁମାର, ନିତିନ ଭାନୁଦାସ ଜାବଲେ, ରୂପା ମିଶ୍ର, ରବୀନ୍ଦ୍ର ପ୍ରତାପ ସିଂ, ଏମ୍ ମୁଥୁକୁମାର, ଉଦୟ ନାରାୟଣ ଦାସ, ରେଘୁ ଜି, ଗାଭିଲ ପରାଗ ହର୍ଷଦ ଓ ଲିଙ୍ଗରାଜ ପଣ୍ଡା ବୋଲି ସେ କହିଛନ୍ତି ।

୫ ବର୍ଷରୁ ଉର୍ଦ୍ଧ୍ୱ କେନ୍ଦ୍ରୀୟ ଡେପୁଟେସନରେ ଥ‌ିବା ଆଇଏଏସ ଅଧିକାରୀ ହେଉଛନ୍ତି ତୁହିନକାନ୍ତି ପାଣ୍ଡେ, ନିତିନ ଚନ୍ଦ୍ରା, ଗୁଡି ଶ୍ରୀବାସ୍ତବ, ସଂଜୟ ରସ୍ତୋଗି, ଚନ୍ଦ୍ରଶେଖର କୁମାର, ଡୋଡା ଭି ସ୍ୱାମୀ, ରୂପା ମିଶ୍ର, ରବୀନ୍ଦ୍ର ପ୍ରତାପ ସିଂ । ସେହିପରି ରାଜ୍ୟରେ ସମୁଦାୟ ଆଇପିଏସ ପଦବୀ ସଂଖ୍ୟା ୧୯୫ ରହିଛି । ତନ୍ମଧ୍ୟରୁ ୬୯ ଟି ପଦବୀ ଖାଲି ଅଛି । ୧୦ ଜଣ ଆଇପିଏସ ଅଧିକାରୀ ବର୍ତ୍ତମାନ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେମାନେ ହେଉଛନ୍ତି ସ୍ୱପ୍ନା ତିୱାରୀ, ସୁନିତା କକରନ, ଡିଏସ କୁଟ୍ଟେ, ପ୍ରତୀକ ମହାନ୍ତି, ନିଖିଲ କୁମାର କାନୋଡିଆ, ନିତିନଜିତ ସିଂହ, ସଂଜୀବ ଆରୋରା, ଅମ୍ରିତା ଦାସ, ଅନୁପ କ୍ରିଷ୍ଣା, ସୁଧା ସିଂ, ଆଶିଷ କୁମାର ସିଂ ।