EducationFeaturedLatestNews

କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା : କିଟ୍‌ର ୩ ଜଣ ନିର୍ଦ୍ଦେଶକଙ୍କ ସମେତ ୫ ଗିରଫ

ଭୁବନେଶ୍ବର(ସଂକେତ ଟିଭି): କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଭୁବନେଶ୍ବର-କଟକ କମିସନରେଟ୍‌ ପୋଲିସ ଜି ୫ ଜଣଙ୍କୁ ଗିରଫ କରିଛି। ଏଥିରେ କିଟ୍‌ର ୩ ଜଣ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି।

ଇନ୍‌ଫୋସିଟି ଥାନା ପୋଲିସ ଆଜି କିଟ୍ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରଶାସନିକ ନିର୍ଦ୍ଦେଶକ ପ୍ରତାପ ଚମ୍ପତି, ହଷ୍ଟେଲ ନିର୍ଦ୍ଦେଶକ ସୁଧୀର ରଥ, ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା ଗିରଫ ହୋଇଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ଆଜି ସକାଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି। କିଟ୍‌ରେ କେଉଁ କାରଣରୁ ସାଇନ୍ ଡାଏନ ଘୋଷଣା କରାଗଲା। ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ଜଣାଯାଇ ନାହିଁ।