EducationFeaturedLatestNews

ନିରବ ପ୍ରତିବାଦ କଲେ କିଟ୍ ଛାତ୍ରଛାତ୍ରୀ, ଆଣିଲେ ସଙ୍ଗୀନ ଅଭିଯୋଗ

ଭୁବନେଶ୍ବର(ସଂକେତ ଟିଭି): କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ଅନୁଷ୍ଠାନ ସାମନାରେ ଆଜି ନୀରବ ପ୍ରତିବାଦ କରିଛନ୍ତି। ହଷ୍ଟେଲ ୱାର୍ଡେନ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେ ସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସେମାନେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। କାହିଁକି ଘଟଣା ପରେ ପୋଲିସକୁ ନ ଡାକି ଅନ୍ୟମାନଙ୍କୁ ଡାକିଥିଲେ ବୋଲି ଛାତ୍ରୀଛାତ୍ର କହିଛନ୍ତି।

ବିଦେଶର ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ପାଇଁ ୟୁନିଭର୍ସିଟି ପରିସରରେ ଇଣ୍ଟରନେସନାଲ୍ ରିଲେସନ୍‌ସ ଅଫିସ ବା IRO ଥିଲେ ସଂପୃକ୍ତ ଅଧିକାରୀମାନେ ମୃତ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ହଇରାଣ କରୁଥିବା ଅଭିଯୋଗ ଉପରେ ଧ୍ୟାନ ଦେଇନଥିଲେ ବୋଲି ଛାତ୍ରଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ବରଂ ମୃତ ଛାତ୍ରୀର ଶବକୁ ହଷ୍ଟେଲ ଓ ଲାଇବ୍ରେରୀ ଭଳି ଅଂଚଳକୁ ସ୍ଥାନାନ୍ତର କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରାଯାଇଥିଲା ବୋଲି କେତେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ KIIT ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ କର୍ତ୍ତୃପକ୍ଷ ସଫେଇ ରଖିଛନ୍ତି। ଘଟଣାରେ ଚାରିଆଡୁ ଚାପ ପଡିବା ପରେ ମତ ବଦଳାଇବା ସହିତ ଛାତ୍ରମାନଙ୍କୁ ମାଡ଼ ମାରିଥିବା ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରାଯାଇଛି। ସୋମବାର କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ ଅଣାଯାଇଛି। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥିପାଇଁ କିଟ୍‌ ଦୁଃଖିତ ବୋଲି ଏକ ବିଜ୍ଞପ୍ତିରେ କୁହାଯାଇଛି।