ଚାକିରିରୁ ଇସ୍ତଫା ଦେଲେ ଆଇଏସ ବିଷ୍ଣୁପଦ ସେଠୀ
ଭୁବନେଶ୍ବର(ସଂକେତ ଟିଭି): ଆଇଏଏସ୍ ବିଷ୍ଣୁପଦ ସେଠୀ ନିଜ ଚାକିରୀରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି । ଆଜି ହୋଇଥିବା ସିବିଆଇ ରେଡକୁ ବିରୋଧ କରି ସେ ଏହି ଇସ୍ତଫା ଦେଇଥିବା ଜଣା ପଡ଼ିଛି ।
ବ୍ରିଜ୍ ଏଣ୍ଡ ରୁଫ୍ କଂପାନୀର ଲାଞ୍ଚ କାରବାର ମାମଲାକୁ ନେଇ ୧୯୯୫ ବ୍ୟାଚର ଆଇଏଏସ ଅଫିସର ବିଷ୍ଣୁପଦଙ୍କ ଘରେ ପୂର୍ବରୁ ରେଡ୍ କରାଯାଇଥିଲା । ଆଉ ଆଜି ପୁଣିଥରେ ସକାଳୁ ସିବିଆଇର ଏକ ଟିମ୍ ରେଡ୍ କରିଛି । ସକାଳୁ ୮ ଜଣିଆ ସିବିଆଇ ଟିମ୍ ତାଙ୍କ ସରକାରୀ ବାସଭବନରେ ପହଞ୍ଚି ତଲାସୀ କରିଛି।
ଏହି ଚଢାଉ ସମୟରେ ସିବିଆଇ ଅଧିକାରୀଙ୍କ ସହିତ ବିଷ୍ଣୁପଦ ସେଠୀଙ୍କ ଯୁକ୍ତିତର୍କ ହୋଇଥିବାର ଦେଖା ଯାଇଥିଲା। ବିଷ୍ଣୁପଦ କହିଛନ୍ତି, ଏତଲା ନ ଥାଇ ବିନା କାରଣରେ ରେଡ କରାଯାଉଛି। ୩୦ ବର୍ଷ ହେଲା ସ୍ଵଚ୍ଛତାର ସହ କାମ କରୁଛି । ମତେ ହାରାସ୍ କରାଯାଉଛି । ପ୍ରୋଟୋକଲରେ ସିବିଆଇ ଆସିନାହିଁ । ଟିମରେ ଲେଡି ଅଫିସର ନାହାଁନ୍ତି । ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀ ଲିମିଟେଡର ଗୋଷ୍ଠୀ ମହାପ୍ରବନ୍ଧକ ଚଞ୍ଚଲ ମୁଖାର୍ଜୀଙ୍କ ସହତ କୌଣସି ଲିଙ୍କ ନାହିଁ । ଏପରିକି ସେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରିଛନ୍ତି । ଆମେ ନିଃସହାୟ ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ ।
ସେପଟେ ତାଙ୍କ ପତ୍ନୀ ମଧ୍ଯ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, କଲେଜକୁ ଯାଇ ଝିଅକୁ ମଧ୍ୟ ହାରାସ କରାଯାଇଛି । ପରିବାରକୁ ଧମକ ଦିଆଯାଉଛି ।
ପୂର୍ବରୁ ବ୍ରିଜ୍ ଆଣ୍ଡ ରୁଫ୍ ଲାଞ୍ଚ ମାମଲାରେ ଆଗରୁ କମ୍ପାନୀର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଦୁଇ ଠିକାଦାର ଦେବଦତ୍ତ ମହାପାତ୍ର ଓ ୩ ଜଣଙ୍କୁ ସିବିଆଇ ଗିରଫ କରିଥିଲା। ସେମାନେ ଜାମିନକୁ ମିଳି ଯାଇଛି। ଏହି ମାମଲାରେ ଆଗରୁ ସିବିଆଇରେ ବିଷ୍ଣୁପଦ ସେଠୀ ହାଜର ହୋଇଥିଲେ। ତାଙ୍କୁ ଜେରା କରାଯାଇଥିଲା। ସେପଟେ ଆଜି ବିଷ୍ଣୁପଦଙ୍କ ଭୋଗରାଇ ବ୍ଳକ୍ ନରସଂହପୁର ସ୍ଥିତ ପୈତୃକ ବାସଭବନ ସହ ଭୁବନେଶ୍ବର ସରକାରୀ ବାସଭବନରେ ସିବିଆଇ ଚଢ଼ାଉ କରିଛି ।