CrimeFeaturedLatestNews

ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଆଇଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ

ଭୁବନେଶ୍ବର(ସଂକେତ ଟିଭି): ବ୍ରିଜ୍ ଆଣ୍ଡ ରୁଫ୍ କଷ୍ଟ୍ରକ୍ସନ କର୍ପୋରେସନ ଲାଞ୍ଚ ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଭୋଗରାଇ ବ୍ଳକ୍ ନରସଂହପୁର ସ୍ଥିତ ପୈତୃକ ବାସଭବନ ସହ ଭୁବନେଶ୍ବର ସରକାରୀ ବାସଭବନରେ ଆଜି ସିବିଆଇ ଚଢ଼ାଉ କରିଛି ।

ଏହି ରେଡ୍ ପଡିବା ନେଇ ବିଷ୍ଣୁପଦ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ବିନା ଦୋଷରେ ମୋ ଘରେ ରେଡ୍ କରାଯାଉଛି । ଏମିତିକି ମୁଁ ପରିବାର ଅଛନ୍ତି ବିନା ଲେଡି ଅଫିସରରେ ଆସିଛନ୍ତି । ଏହା ନିହାତି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ଦେଢ଼ କୋଟି ଟଙ୍କାର ଡିଲ ପାଇଁ ୧୦ ଲକ୍ଷର ଲାଞ୍ଚ କାରବାର ନେଇ ଦିଲ୍ଲୀ ସିବିଆଇ ଡିସେମ୍ୱର ୬ରେ ମେ ଫେୟାର ସାମ୍ନାରେ ଏକ ଦାମୀ କାରରେ ରେଡ୍ ମାରିଥିଲା । ବ୍ରିଜ ଏଣ୍ଡ୍ ରୁଫ କଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ବି ସିବିଆଇ ତନାଘନା କରିଥିଲା । ଏମିତିକି ମାମଲାରେ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଜଣେ ନାମୀ ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଗିରଫ କରିଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ଜେରା କରିବା ସମୟରେ ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଆଇଏଏସ ବିଷ୍ଣୁ ପଡ଼ ସେଠୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା । ଆଇଏଏସ ବିଷ୍ଣୁ ପଦ ସେଠୀଙ୍କ ଡ୍ରାଇଭର ଅଫିସ କର୍ମଚାରୀ, କେୟାର ଟେକର କୁ ଜେରା କରିଥିଲା ସିବିଆଇ । ରିମାଣ୍ଡ ସମୟରେ ସିବିଆଇ ହାତରେ ଅନେକ ତଥ୍ୟ, ଲାଞ୍ଚ କାରବାର, ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିଲା। ଆଇଏଏସ ବିଷ୍ଣୁ ପଦ ସେଠୀଙ୍କ ୩ ଡ୍ରାଇଭର, କେୟାର ଟେକର , ଅଫିସ କର୍ମଚାରୀ ଙ୍କୁ ସିବିଆଇ ଅଫିସ ରେ ମାରାଥନ ଜେରା କରାଯାଇଥିଲା । କିନ୍ତୁ ଆଇଏଏସ ବିଷ୍ଣୁ ପଦ ସେଠୀ ଶାରୀରିକ ଅସୁସ୍ଥତା ଦେଖେଇ ନିଜର ଓକିଲଙ୍କୁ ପଠେଇ ଥିଲେ । ନିଜେ କିନ୍ତୁ ସିବିଆଇ ଅଫିସରେ ହାଜିର ହେଇ ନ ଥିଲେ।