BusinessFeaturedLatestNews

୨୪ରୁ ଆରମ୍ଭ ହେବ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ବର(ସଂକେତ ଟିଭି): ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫ ଭୁବନେଶ୍ବରରେ ଅନୁଷ୍ଠିତ ହେବ । ଭୁବନେଶ୍ୱରର ମେ’ ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଏହି ବଜାର ଲାଗିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି ।

ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀ ଓ ଓଡ଼ିଶାର ସେଲରମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ । ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ , ବେଲ୍ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ ରୁ ଅଧିକ ଟୁର ବିଦେଶର ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। । ଏହି ବଜାର ଓଡ଼ିଶାକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ।