CrimeFeaturedLatestNews

ଦୁଇ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ପୋଲିସକୁ ଦେଖି ଚମ୍ପଟ ମାରିଲେ ଦୁର୍ବୃତ୍ତ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଲେଜ ରୋଡ୍‌ରେ ଥିବା ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି ।ବାସୁଦେବପୁର ତାରିଣୀ ଛକ ନିକଟରେ ଥିବା ଏଚ୍‌ଡିଏଫ୍‌ସିର ଏଟିଏମ୍‌ ଓ ସିନେମା ହଲ ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଥିଲେ।

ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଟିଏମ୍‌ ର ଥିବା ସିସିଟିଭି କ୍ୟାମେରାରେ ରଙ୍ଗ ସ୍ପ୍ରେ କରିଥିଲେ । ସୁଯୋଗ ଦେଖି ପାଖରେ ଥିବା ସୁରକ୍ଷା କର୍ମୀଙ୍କୁ ବାନ୍ଧି ମାଡ ମାରିଥିଲେ। ଏହା ପରେ ଏଟିଏମ୍‌ ତାଡି ଟଙ୍କା ଲୁଟିବାକୁ ସଜବାଜ ହେଉଥିବାବେଳେ ହଠାତ ପୋଲିସ ଭ୍ୟାନର ସାଇରନ ବାଜିଲା । ସାଇରନ ଶୁଣି ଲୁଟେରା କଣ ଆଉ ସେଠି ରୁହନ୍ତି । ଯିଏ ଯୁଆଡେ ପାରିଲେ ଦୌଡି ଖସିଗଲେ ।

ସେହିପରି ସିନେମା ହଲ୍‌ ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଲୁଟେରା ଲୁଟ୍‌ କରୁଥିବାବେଳେ ହଠାତ ପୋଲିସ କୌଣସି ସୂତ୍ରରୁ ଖବର ପାଇ ପହଞ୍ଚି ଯାଇଥିଲା । ଆଉ ପୋଲିସକୁ ଦେଖି ବ୍ୟବହୃତ ଯନ୍ତ୍ରାଂଶ ଛାଡି ପଳାଇଥିଲେ ଲୁଟେରା । ଉଭୟ ଘଟଣାର ଲୁଟେରାଙ୍କୁ ଧରିବାକୁ ବାସୁଦେବପୁର ପୋଲିସ ଛାନ୍‌ଭିନ୍‌ ଚଳାଇଛି ।