CrimeFeaturedLatestNews

ଚାଷୀଙ୍କ ପାଖରୁ ଲାଞ୍ଚ ନେବା ବେଳେ ଧରାପଡିଲେ ୨ କୃଷି ଅଧିକାରୀ

ନବରଙ୍ଗପୁର (ସଂକେତ ଟିଭି): ଲାଞ୍ଚ ନେବାବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ କୃଷି ଡିଭିଜନର ଦୁଇ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଣେ ଚାଷୀଙ୍କ ଠାରୁ ଜଳ ନିଧି ଯୋଜନାର ସବସିଡି କରାଇଦେବା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେମାନେ ଧରାପଡିଛନ୍ତି । ଗିରଫ ଦୁଇ ଅଧିକାରୀ ହେଉଛନ୍ତି, କୃଷି ଡିଭିଜନର ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବୁନ୍ଦେଲ।

ସୂଚନା ଅନୁଯାୟୀ, ଉଭୟ ଜାମରାଣ୍ଡ୍‌ ଗ୍ରାମର ଲଷ୍ମୀଧର ମାଝୀଙ୍କଠାରୁ ଜଳ ନିଧି ଯୋଜନାର ସବସିଡି କରାଇ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ପରେ ଭିଜିଲାନ୍ସ ଟିମ୍‌ ଅତିରିକ୍ତ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କ ୩ଟି ଏବଂ ଡାଟା ଏଣ୍ଟ୍ରି ଅପରେଟର ସୁରେନ୍ଦ୍ର ବୁନ୍ଦେଲଙ୍କ ଦୁଇଟି ସ୍ଥାନରେ ଚଢ଼ାଉ କରିଛି ।