ପ୍ରେମିକାର ଗଳକାଟି ହତ୍ୟା ଘଟଣା: ହତ୍ୟାକାରୀ ପ୍ରେମିକ ଗିରଫ
ବାଲେଶ୍ବର(ସଂକେତ ଟିଭି): ପ୍ରେମିକାର ଗଳାକାଟି ହତ୍ୟା ଘଟଣା, ହତ୍ୟାକାରୀ ପ୍ରେମିକକୁ ଭଦ୍ରକ ଜିଲ୍ଲା ବାସୁଦେବପୁର ତଳସାହିରୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ଯୁବକ ଜଣଙ୍କ ଫେରାର ଥିଲେ। ପୋଲିସ ଚାରୋଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ତଳସାହି ନିକଟ ଏକ ପଡ଼ିଆରୁ ଯୁବକଙ୍କୁ ଗିରଫ କରିଥିଲା। ହତ୍ୟା କରିବା ପରେ ଯୁବକ ଜଣଙ୍କ ବିଭିନ୍ନ ସ୍ଥାନରେ ଲୁଚି ବୁଲୁଥିଲେ ଗତକାଲି ହତ୍ୟାକାରୀ ପ୍ରେମିକ ବିଶ୍ୱରଞ୍ଜନ ପୋଲିସ କୁ ଦେଖି ବିଷ ପିଇଦେଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।