CrimeFeaturedLatestNews

ଆପାର୍ଟମେଣ୍ଟରୁ ମିଳିଲା ବାପା-ଝିଅଙ୍କ ମୃତ ଦେହ

କଟକ (ସଂକେତ ଟିଭି): କଟକ ବାଦାମବାଡି ସ୍ଥିତ ସ୍ନେହଲତା ଆପାର୍ଟମେଣ୍ଟରୁ ମିଳିଲା ବାପା-ଝିଅଙ୍କ ମୃତ ଦେହ । ସେମାନେ ପ୍ରାୟ ୨ ବର୍ଷ ହେଲା ଭଡା ଘରେ ରହୁଥିଲେ । ହଠାତ ଶୁକ୍ରବାର ସକାଳୁ ଉଭୟଙ୍କ ମୃତଦେହ ମିଳିଛି । ଝିଅକୁ ମାରି ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଗତ ୨ ବର୍ଷ ହେଲା ସ୍ନେହଲତା ଆପାର୍ଟମେଣ୍ଟରେ ଭଡାରେ ରହୁଥିଲେ ବାପା-ଝିଅ । ପୂର୍ବରୁ ପତ୍ନୀଙ୍କ ମୃତ୍ୟୁ ହୋଇସାରିଥିଲା । ଝିଅର ବୟସ ପାଖାପାଖି ୧୫ ବର୍ଷ ହୋଇଥିବାବେଳେ ସେ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ତେବେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ବାଦାମବାଡି ଥାନା ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।