FeaturedLatestNews

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ମାର୍ଚ୍ଚ ୮ ତାରିଖରେ ମିଳିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଘୋଷଣା କରିଛନ୍ତି । ସୁଭଦ୍ରା ଟଙ୍କାର ଦ୍ୱିତୀୟ କିସ୍ତି ଏଥର ବ୍ରହ୍ମପୁରରୁ ଦିଆଯିବ ବୋଲି ସେ କହିଛନ୍ତି।

ପ୍ରଭାତୀ ପରିଡା କହିଛନ୍ତି, ମାର୍ଚ୍ଚ ୮ ରେ ସୁଭଦ୍ରା ଟଙ୍କା ମିଳିବ। ଆମେ କହିଥିଲୁ । ସୁଭଦ୍ରା ଏକ କୋଟି ମହିଳାଙ୍କ ପାଖରେ ପହଞ୍ଚିବ । ମାର୍ଚ୍ଚ ୮ ତାରିଖରେ ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି କରାଯିବ । ବ୍ରହ୍ମପୁର ଠାରେ କୋଟିଏ ମହିଳାଙ୍କୁ ସୁଭଦ୍ରାର ଦିତ୍ୱୀୟ କିସ୍ତି ଦିଆଯିବ ।

ସୁଭଦ୍ରା ଯୋଜନାର ଟଙ୍କା ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳାଙ୍କୁ ମିଳିଥିବା ବେଳେ ୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କରେ ସମସ୍ୟା ଯୋଗୁଁ ଟଙ୍କା ଯାଇପାରିନଥିଲା । ବିଶେଷ କରି ଏନପିସିଆଇ ସମସ୍ୟା ଯୋଗୁଁ ୨ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନଥିବାବେଳେ ମାର୍ଚ୍ଚ ୮ରେ ଏମାନଙ୍କୁ ଏକାସାଙ୍ଗରେ ଦୁଇଟି କିସ୍ତିର ଟଙ୍କା ମିଳିବ । ସେହିଭଳି ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ପାଇବେ ।