CrimeFeaturedLatestNews

ଭିଜିଲାନ୍ସ ହାତରେ ଧରାପଡିଲେ ଲ୍ୟାମ୍ପର ଦାୟିତ୍ଵରେ ଥିବା ସରକାରୀବାବୁ

କୋରାପୁଟ (ସଂକେତ ଟିଭି): ଜଣେ ଚାଷୀଙ୍କ ପାଖରୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ କୁନ୍ଦୁଲି ଲ୍ୟାମ୍ପର ଦାୟିତ୍ଵରେ ଥିବା ସତ୍ୟରଞ୍ଜନ ଚାଲାଣ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଚାଲାଣ ମାଣ୍ଡିଆ କିଣିବାକୁ ବସ୍ତା ପିଛା ୪୫ ଟଙ୍କା ନେବାକୁ କହିଥିଲେ ।

ଏହିପରି ଭାବେ ୧୧୭ ବସ୍ତା ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ଦାବି କରିଥିଲେ । ଲାଞ୍ଚ ଅର୍ଥ ନ ଦେଲେ ମାଣ୍ଡିଆ କିଣାହେବ ନାହିଁ ବୋଲି ରୋକଠୋକ ଶୁଣାଇଦେଇଥିଲେ | ଏନେଇ ଚାଷୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।