BusinessFeaturedLatestNews

ଝାରସୁଗୁଡ଼ାରୁ ମୁମ୍ବାଇକୁ ଆରମ୍ଭ ହେଲା ବିମାନସେବା

ଭୁବନେଶ୍ବର(ସଂକେତ ଟିଭି): ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ ବିମାନସେବା ଆରମ୍ଭ ହୋଇଛି। ଏହି ବିମାନ ସପ୍ତାହର ସବୁଦିନ ଚଳାଚଳ କରିବ ବୋଲି ଜଣାଯାଇଛି। ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଜି ୯୧ଜଣ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋ ଏୟାର ବସ୍ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି।

ମୁମ୍ବାଇ ବିମାନବନ୍ଦରରୁ ଦିନ ୧୦ଟା ୫୫ରେ ଇଣ୍ଡିଗୋ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅପରାହ୍ନ ୧ଟାରେ ପହଞ୍ଚିଛି । ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ । ପ୍ରାୟ ୨୩୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ । ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି ।

ଝାରସୁଗୁଡ଼ା ସହ ଦେଶର ପ୍ରମୁଖ ମେଟ୍ରୋ ସିଟି ଆକାଶମାର୍ଗରେ ଯୋଡ଼ି ହୋଇଛି । ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଛି । ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି । ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି ।