ଶୋଇଥିବା ବେଳେ ଯୁବକଙ୍କ ଉପରକୁ ଏସିଡ୍ ମାଡ଼
ଭଦ୍ରକ (ସଂକେତ ଟିଭି): ଶୋଇଥିବାବେଳେ ଜଣେ ଯୁବକଙ୍କ ଉପରକୁ ଏସିଡ୍ ମାଡ କଲେ ଦୁର୍ବୁତ୍ତ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁରେ ଏଭଳି ଘଟଣା ସାମନାକୁ ଆସିଛି। ସେହି ଗାଁର ସନାତନ ପଲେଇଙ୍କ ପୁଅ ଜଗବନ୍ଧୁ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଝରକା ବାହାରୁ ତାଙ୍କ ଉପରକୁ ଏସିଡ ଫିଙ୍ଗି ଫେରାର ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି।
ପରିବାରଲୋକ ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣକୁ ଅଟକ ରଖି ପୋଲିସ ଅଧିକ ପଚରାଉଚରା କରୁଛି ।