ବଢିଲା ଅଙ୍ଗନବାଡ଼ି ଅଣ୍ଡା ଦାମ୍
ଭୁବନେଶ୍ବର(ସଂକେତ ଟିଭି): ବଢିଲା ଅଙ୍ଗନବାଡ଼ି ଅଣ୍ଡା ଦାମ୍ । ପୂର୍ବରୁ ଏହା ୫ ଟଙ୍କା ଥିବା ବେଳେ ବର୍ତ୍ତମାନ ୨ ଟଙ୍କା ବଢାଇଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ୍ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ପାଇଛି । ଏନେଇ ଟ୍ବିଟ୍ (X)ଯୋଗେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଗତ କିଛି ମାସ ହେଲା ବଜାରରେ ଅଣ୍ଡା ଦର ବୃଦ୍ଧି ଯୋଗୁ ପିଲାଙ୍କୁ ଅଣ୍ଡା ଦେବାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏନେଇ ପୂର୍ବରୁ ଅଣ୍ଡା ଦର ବୃଦ୍ଧି କରିବାରୁ ଦାବି ହେଉଥିଲା । ଏହାକୁ ବିଚାର କରି ରାଜ୍ୟସରକାର ସରକାର ଅଙ୍ଗନବାଡି କେନ୍ଦ୍ର ପାଇଁ ଅଣ୍ଡା ଦର ବୃଦ୍ଧି କରିଛନ୍ତି । ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ସେ ସୂଚନା ଦେଇଛନ୍ତି ।