FeaturedLatestNews

ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଘଟଣା : ୨ ଗିରଫ

ଭୁବନେଶ୍ବର(ସଂକେତ ଟିଭି): ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁ ତିଆରି କରିଥିବା ଟାଟୁ ପାର୍ଲର ମାଲିକ ରକି ଓରଫ ରକି ରଞ୍ଜନ ବିଷୋୟୀ ତଥା ଟାଟୁ ଆର୍ଟିଷ୍ଟ ଅଶ୍ବିନ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ, ରକି ଷ୍ଟୁଡିଓର ମାଲିକ ଜଣେ ବିଦେଶିନୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ଫଟୋ ଥିବା ସୋସିଆଲ ମିଡିଆରେ ଛାଡିଥିଲେ । ଏହା ଧାର୍ମିକ ଭାବନା ଉପରେ ଆଘାତ ପହଞ୍ଚାଇଥିଲା । ଭୁବନେଶ୍ଵର ସହିଦ ନଗରରେ ମାମଲା ରୁଜୁ ହୋଇଛି । ଏପଟେ ଟାଟୁ କରିଥିବା ବିଦେଶିନୀ ଏବଂ ଟାଟୁ ପାର୍ଲର ମାଲିକ କ୍ଷମା ମାଗିଛନ୍ତି । ତେବେ ଏହି ବିବାଦରେ ପାର୍ଲର ମାଲିକ ରକି ଓରଫ ରକି ରଞ୍ଜନ ବିଷୋୟୀ ଓ ତାର ଆଟିଷ୍ଟ ଅଶ୍ବିନ ପ୍ରଧାନଙ୍କୁ ପୋଲିସ ଗିରଫ କରିଛି ।

ସେପଟେ ବିଦେଶୀ ମହିଳା ଜଣଙ୍କ ଭିଡିଓ ବାର୍ତ୍ତାରେ କ୍ଷମା ମାଗିବା ସହ କହିଛନ୍ତି, “ମୁଁ ପ୍ରଭୁ ଜଗନ୍ନାଥଙ୍କ ଭକ୍ତ । କେବେ ବି ଅସମ୍ମାନ କରିବାକୁ ଚାହୁଁ ନଥିଲି । ଜଗନ୍ନାଥଙ୍କ ଟାଟୁ କରି ମୁଁ ଭୁଲ କରିଦେଇଛି । ଏଥିପାଇଁ ଅନୁତାପ କରୁଛି । ଖୁବଶୀଘ୍ର ଏହାକୁ ମୁଁ ହଟାଇ ଦେବି । ଦୟାକରି ମୋତେ କ୍ଷମା କରି ଦିଅନ୍ତୁ।”

ଟାଟୁ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଷୋୟୀ ମଧ୍ୟ କ୍ଷମା ମାଗିଛନ୍ତି । ସେ ଭିଡିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ”ଆମ ଷ୍ଟୁଡିଓରେ ଗୋଟିଏ ଭୁଲ ହୋଇଯାଇଛି । ଜଣେ ବିଦେଶିନୀ ଆସିଥିଲେ । ସେ ଜଗନ୍ନାଥଙ୍କୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ । ଏନଜିଓରେ କାମ କରୁଥିବାରୁ ଟାଟୁ କରିବା ଆମକୁ ଅନୁମତି ନାହିଁ । ତେଣୁ ସମ୍ବେନ୍ଦନଶୀଳ ସ୍ଥାନରେ ଟାଟୁ କରିବାକୁ କହିଥିଲେ, ଯେଉଁଥିପାଇଁ ସେ ପ୍ରତିଦିନ ଠାକୁରଙ୍କୁ ଦର୍ଶନ କରିପାରିବେ ବୋଲି କହିଥିଲେ । ମୋ ଆଟିଷ୍ଟ ତାଙ୍କୁ ମନା କରିଥିଲେ । ଏହାପରେ ବି ସେ କହିଥିଲେ ଟାଟୁ କରିବାକୁ । ମୋ ଆଟିଷ୍ଟର ଭୁଲ, ସେ ଟାଟୁ କରିଛି । ଏଥିପାଇଁ ମୁଁ ଭୁଲ ମାଗୁଛି । ”