ଗେରୁଆ ହେବ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ରଙ୍ଗ
ଭୁବନେଶ୍ବର(ସଂକେତ ଟିଭି): ଓଡ଼ିଶାର ସମସ୍ତ ସରକାରୀ ବିଦ୍ୟାଳୟର ରଙ୍ଗ ବଦଳି ନୀଳରୁ ଗେରୁଆ ହେବ। ସରକାରୀ ସ୍କୁଲର ନୂଆ ରଙ୍ଗକୁ ଶିକ୍ଷା ବିଭାଗ ଅନୁମୋଦନ କରିଛି । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ପିଏମ୍ ଶ୍ରୀ ସ୍କୁଲଗୁଡିକର ରଙ୍ଗ ମଧ୍ୟ ବଦଳିବ । ସରକାରୀ ସ୍କୁଲରେ ୟୁନିଫର୍ମ ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
ରାଜ୍ୟରେ ଏଣିକି ସରକାରୀ ସ୍କୁଲ କୋଠାଗୁଡ଼ିକର ରଙ୍ଗ ବଦଳିବ। ଯେତିକି ନୂଆ କୋଠା ତିଆରି ହେବ ସେଗୁଡ଼ିକର ରଙ୍ଗ ଏହି ନୂଆ ରଙ୍ଗ କୋଡ୍ ଅନୁସାରେ ସ୍ଥିର ହେବ। ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି।