ଘର ଘର ବୁଲି ହେବ ସୁଭଦ୍ରା ହିତାଧିକାରୀ ସର୍ଭେ : ପ୍ରଭାତୀ ପରିଡା
ଭୁବନେଶ୍ବର(ସଂକେତ ଟିଭି): ଏବେ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ଘରକୁ ସର୍ଭେ କରି ବାଦ୍ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମିଲ କରିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି।
ସେ କହିଛନ୍ତି ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ସରକାରୀ ଅଧିକାରୀ ଘର ଘର ବୁଲି ସର୍ଭେ କରିବେ । ଓଡ଼ିଶା ସରକାର ସୁଭଦ୍ରା ଯୋଜନାର ଲାଭ ପାଇଁ ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଘୋଷଣା କରିଥିଲେ। କିନ୍ତୁ କେତେକ ହିତାଧିକାରୀ ଆବେଦନ କରିବାରେ ସମସ୍ୟାରେ ପଡ଼ିଥିବା ଖବର ଦୃଷ୍ଟିକୁ ଆସିଛି। ଏବେ ସରକାରୀ ଅଧିକାରୀମାନେ ଘରକୁ ଘର ବୁଲି ପ୍ରତ୍ୟେକ ଘରକୁ ସର୍ଭେ କରି ବାଦ୍ ପଡ଼ିଥିବା ସୁଭଦ୍ରା ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସାମିଲ କରିବେ ।
କ୍ଷେତ୍ର ଯାଞ୍ଚ ପରେ, ଅବଶିଷ୍ଟ ମହିଳା ହିତାଧିକାରୀମାନେ ରକ୍ଷା ବନ୍ଧନରେ ଏକାଥରକେ ତିନୋଟି କିସ୍ତି ପାଇବେ। ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ, ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ବଣ୍ଟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।