ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ସଂକେତ ଟିଭି): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କରିଛନ୍ତି । ପୂଜାର୍ଚ୍ଚନା ପରେ ଗୃହପ୍ରବେଶ ହୋଇଛି । ଏଣିକି ମୁଖ୍ଯମନ୍ତ୍ରୀ ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନରେ ରହିବେ ।
ପ୍ରଥମେ ଗୋମାତାଙ୍କ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ସପରିବାର ଗୃହ ପ୍ରବେଶ କରିଥିଲେ । ଶୁଭ ବେଳା ଅନୁସାରେ ପ୍ରଥମେ ନନ୍ଦା ଓ ନନ୍ଦିନୀ ୨ ଗୋମାତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଶୁଭ ମୁହୂର୍ତ୍ତ ୧୦ଟା ୪୭ ମିନିଟରେ ମୁଖ୍ୟମନ୍ତ୍ରୀ ଘର ଭିତରକୁ ପ୍ରବେଶ କରିଛନ୍ତି । ପୁରୀରୁ ଆସିଥିବା ୧୧ ଜଣ ପଣ୍ଡିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି । ଏହି ପୂଜାର୍ଚ୍ଚନା ଦିନସାରା ଚାଲିଥିଲା ।
ନନ୍ଦା ଓ ନନ୍ଦିନୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସବୁଦିନ ପାଇଁ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ଗାନ୍ଧି ମାର୍ଗ କ୍ବାର୍ଟରରେ ରହୁଥିଲେ । ୨୬ବର୍ଷ ପରେ ସିଏମ କ୍ୱାର୍ଟରରେ ରହିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ରହୁଥିଲେ ।