ରାଜ୍ୟ ପରିବହନ ବିଭାଗ ଉପ କମିଶନରଙ୍କ ଘରେ ଭିଜିଲାନ୍ସ ରେଡ
ଭୁବନେଶ୍ବର(ସଂକେତ ଟିଭି): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡେପୁଟି ଟ୍ରାନ୍ସପୋର୍ଟ କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ବର,ନୟାଗଡ,ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି ।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୈତୃକ ଘର, ଭୁବନେଶ୍ବର ମୈତ୍ରୀ ବିବାର ସ୍ଥିତ ଘର, ମଳିପଡାରେ ଥିବା ସଂପର୍କୀୟଙ୍କ ଘର, ପୁରୀ ଟାଉନରେ ଥିବା ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି । ଚଢାଉ ସମୟରେ ନୟାଗଡ ଜିଲ୍ଲା ରଣପୁରରେ ଫାର୍ମ ହାଉସ, ମଳିପଡାରେ ସଂପର୍କୀୟଙ୍କ ନାଁରେ ଥିବା ପେଟ୍ରୋଲ ପମ୍ପ ଠାବ ହୋଇଛି । ସେହିପରି ଗୋବିନ୍ଦପ୍ରସାଦରେ ପ୍ରଦୀପଙ୍କ ନିର୍ମାଣାଧୀନ ୫ ମହଲା କୋଠା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ମୈତ୍ରୀବିହାର ଘରୁ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ୩ ସୁନା ବିସ୍କୁଟ ଓ ଅନ୍ୟାନ୍ୟ ଦାମୀ ଅଳଙ୍କାର ମଧ୍ୟ ଜବତ ହୋଇଛି । ରେଡ୍ରେ ୨ ଅତିରିକ୍ତ ଏସ୍ପି, ୧୩ ଡିଏସ୍ପି , ୧୨ ଆଇଆଇସି , ୨୫ ଏଏସଆଇଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।