FeaturedLatestNews

ଦିନେ ଦୁଇ ଦିନ ଭିତରେ ବଢିବ ତାପମାତ୍ରା

ଭୁବନେଶ୍ବର(ସଂକେତ ଟିଭି): ଦିନେ ଦୁଇ ଦିନ ଭିତରେ ଆହୁରି ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହା ପୂର୍ବାନୁମାନ କରିଛି । ୯ ତାରିଖ ବେଳକୁ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ୩୯ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏବେ ଦିନରେ ଖରା, ରାତିରେ ଶୀତ। ଦୁଇ ଦିନ ହେବ ରାଜ୍ୟରେ ଏଭଳି ପାଗ ଜାରି ରହିଛି । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ଯୋଗୁ ରାତିରେ ଥଣ୍ଡା ପଡୁଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ।