ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ସରିଲା ନିର୍ବନ୍ଧ
ଭୁବନେଶ୍ଵର(ସଂକେତ ଟିଭି): ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ହୋଇଛି। ବହୁଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଅନୁଭବ ଓ ଜାଗୃତିଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି, ଏମିତିକି ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା ଯେ ଏଇ ଦୁଇଜଣ ଖୁବଶିଘ୍ର ବିବାହ କରିବାକୁ ଯାଉଛନ୍ତି। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି। ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ସୂଚନା ମିଳିଛି।
ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତି ଶୁକ୍ଲାଙ୍କ ନାମ ଓ ଚେହେରା ଗଣମାଧ୍ୟମ ଏବଂ ଲୋକଙ୍କ ସାମ୍ନାକୁ ଆସିଥିଲା। ସେହି ସମୟରେ ଜାଗୃତିଙ୍କୁ ନେଇ ବହୁ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା। ଏପରିକି କେହିକେହି ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦର କାରଣ ଜାଗୃତିଙ୍କୁ ବୋଲି ଧରି ନେଇଥିଲେ। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିଙ୍କୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି।