FeaturedLatestNewsPolitics

ଓଡ଼ିଶାରେ ମିଶିବା ଆମର ଭୁଲ୍‌- ଜୟନାରାୟଣ ମିଶ୍ର

ସମ୍ବଲପୁର (ସଂକେତ ଟିଭି): ‘ଉତ୍କଳ କହିଲେ କେବଳ କଟକ, ପୁରୀ ଓ ବାଲେଶ୍ୱରକୁ ବୁଝାଉଛି’ । ‘କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ’ । ‘ଉତ୍କଳ, କୋଶଳ ଏବଂ କଳିଙ୍ଗର ମିଶ୍ରଣ ଦ୍ୱାରା ଓଡ଼ିଶା ରାଜ୍ୟ ସୃଷ୍ଟି ହୋଇଥିଲା । ସମ୍ବଲପୁରରେ ଅନୁଷ୍ଠିତ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏହା କହିଛନ୍ତି ।

ଜୟନାରାୟଣ କହିଛନ୍ତି ଯେ, ‘ଏହା ଏକ ମାନସିକତା, ଆମକୁ ତୁମେ ଶୋଷଣ କରୁଛ’ । ‘ଆମେ ଓଡ଼ିଶା ସହିତ ଆମର ମିଶ୍ରଣ ପାଇଁ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲୁ କିନ୍ତୁ ଏହା ବୋଧେ ଆମର ସବୁଠାରୁ ବଡ଼ ଭୁଲ ଥିଲା’ । କୋଶଳର ଅର୍ଥ, ଖଣି, ପାଣି, ଜଙ୍ଗଲ ଏବଂ ଚାଷକୁ ବ୍ୟବହାର କରୁଥିଲେ ମଧ୍ୟ ଶୋଷଣ କରାଯାଉଛି’। ‘ଏପରିକି ଚାକିରି କ୍ଷେତ୍ରରେ, ସାଂସ୍କୃତିକ ଦିଗରୁ ମଧ୍ୟ ଆମକୁ ଶୋଷଣର ଶିକାର ହେବାକୁ ପଡିଛି ।

ଏହି କାର୍ଯ୍ଯକ୍ରମ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଉଥିବା ସମୟରେ ସମସ୍ତ ଅତିଥି ଏବଂ ଉପସ୍ଥିତ ଲୋକେ ନିଜ ବସିବା ସ୍ଥାନରୁ ଉଠି ଛିଡା ହୋଇଥିଲେ କିନ୍ତୁ ଜୟନାରାୟଣ ନିଜ ଚେୟାରରୁ ଉଠିନଥିଲେ ।