FeaturedLatestNews

୧ କୋଟି ୬୩ ହଜାର ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା

ବ୍ରହ୍ମପୁର(ସଂକେତ ଟିଭି): ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ଆଜି ଏକକାଳୀନ କୋଟିଏ ଖାତାକୁ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ସମାବେଶରେ ଏହି ଟଙ୍କା ମହିଳାଙ୍କ ଏକାଉଣ୍ଟକୁ ପଠାଇଛନ୍ତି । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଆଜି ପାଖାପାଖି ୧ କୋଟି ୬୩ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି ।

ଗତ ସେପ୍ଟେମ୍ୱର ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ଏଯାଏଁ ୫ଟି ପର୍ଯ୍ୟାୟରେ ୧ କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ସହାୟତା ରାଶି ପାଇଥିଲେ । ଶନିବାର ସେମାନେ ପୁଣି ୫ ହଜାର ଟଙ୍କା ପାଇଛନ୍ତି । ଗୋଟିଏ ଦିନରେ ଏହି ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ପଠାଯାଇଛି ।

ସୁଭଦ୍ରା ଯୋଜନା ପାଇଁ ୧ କୋଟି ୮ ଲକ୍ଷ ଆବେଦନ କରିଛନ୍ତି । ମାର୍ଚ୍ଚ ୩୧ ମଧ୍ୟରେ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରକେ ୩ଟି କିସ୍ତି ଅର୍ଥାତ ୧୫ ହଜାର ଟଙ୍କା ମିଳିବ ।