CrimeLatestNews

ପୁଅର ଠେଙ୍ଗା ମାଡରେ ମା’ର ମୃତ୍ୟୁ

ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଚିଆପଦା ଗାଁରେ ପୁଅର ଠେଙ୍ଗା ମାଡରେ ମା’ର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଯବା କିସ୍କୁ ଓ ହତ୍ୟାକାରୀ ପୁଅ ହେଲେ କାହ୍ନୁ କିସ୍କୁ ।

ସୂଚନା ଅନୁସାରେ, ଗତ ରାତିରେ ମା’-ପୁଅ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଠେଙ୍ଗାରେ ମା’ଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାହ୍ନୁକୁ ଗିରଫ କରି ଅଧିକ ତଦନ୍ତ କରୁଛି ।