FeaturedLatestSports

ଆଇସିସି ଚାମ୍ପିଅନ୍ସ ଟ୍ରଫିର ଟୁର୍ଣ୍ଣାମେଣ୍ଟ ଟିମ୍ ଘୋଷିତ: ସ୍ଥାନ ପାଇଲେ ୫ ଭାରତୀୟ ଖେଳାଳି

ମୁମ୍ବାଇ (ସଂକେତ ଟିଭି): ଆଇସିସି ମେନ୍ସ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟୀ ହୋଇଥିବା ଭାରତର ୫ ଜଣ ଖେଳାଳି ଟୁର୍ଣ୍ଣାମେଣ୍ଟ ଟିମ୍ ପାଇଁ ଚୟନିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ୪ ଜଣ ଖେଳାଳି ମଧ୍ୟ ଏହି ଟିମରେ ସ୍ଥାନ ପାଇଛନ୍ତି, ଯାହା ମଧ୍ୟରେ ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ଖେଳାଳି ରାଚିନ୍ ରବିନ୍ଦ୍ର ଅନ୍ୟତମ । ନ୍ୟୁଜିଲାଣ୍ଡର ମିଚେଲ୍ ସାଣ୍ଟନର୍ଙ୍କୁ ଏହି ଟିମ୍ ର କ୍ୟାପ୍ଟେନ୍ ଭାବରେ ମନୋନୀତ କରାଯାଇଛି ।

ଏହି ଟିମରେ ଆଫଗାନିସ୍ତାନର ୨ ଜଣ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି । ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା ।

ଟିମ୍ ଅଫ ଦି ଟୁର୍ଣ୍ଣାମେଣ୍ଟର ଖେଳାଳିମାନେ:

ରଚିନ୍ ରବିନ୍ଦ୍ର (ନ୍ୟୁଜିଲାଣ୍ଡ): ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୬୩ ରନ୍ ସହିତ ଦୁଇଟି ସେଞ୍ଚୁରି କରିଥିଲେ ।

ଇବ୍ରାହିମ୍ ଜାଦ୍ରାନ୍ (ଆଫଗାନିସ୍ତାନ): ଇଂଲଣ୍ଡ ବିରୁଦ୍ଧରେ ୧୭୭ ରନ୍ କରି ଚାମ୍ପିଅନ୍ସ ଟ୍ରଫିର ସର୍ବୋଚ୍ଚ ସ୍କୋର କରିଥିଲେ ।

ବିରାଟ କୋହଲି (ଭାରତ): ପାକିସ୍ତାନ ବିରୁଦ୍ଧରେ ଅଜେତ ସେଞ୍ଚୁରି ସହିତ ୨୧୮ ରନ୍ କରିଥିଲେ ।

ଶ୍ରେୟାସ୍ ଆୟର୍ (ଭାରତ): ଦୁଇଟି ଅର୍ଦ୍ଧଶତକ ସହିତ ୨୪୩ ରନ୍ କରିଥିଲେ ।

କେ.ଏଲ୍. ରାହୁଲ୍ (ଭାରତ): ସେମିଫାଇନାଲ୍ ଓ ଫାଇନାଲ୍ରେ ଅଜେତ ୪୨ ଓ ୩୪ ରନ୍ କରିଥିଲେ ।

ଗ୍ଲେନ୍ ଫିଲିପ୍ସ୍ (ନ୍ୟୁଜିଲାଣ୍ଡ): ଫିଲ୍ଡିଂରେ ଅଦ୍ଭୁତ ପ୍ରଦର୍ଶନ ସହିତ ଅର୍ଦ୍ଧଶତକ କରିଥିଲେ ।

ଆଜମତୁଲ୍ଲା ଓମରଜାଇ (ଆଫଗାନିସ୍ତାନ): ୭ ୱିକେଟ୍ ଓ ୧୨୬ ରନ୍ ସହିତ ଆଲ୍ରାଉଣ୍ଡର୍ ଭାବରେ ପ୍ରଭାବଶାଳୀ ଥିଲେ ।

ମିଚେଲ୍ ସାଣ୍ଟନର୍ (କ୍ୟାପ୍ଟେନ୍, ନ୍ୟୁଜିଲାଣ୍ଡ): ୯ ୱିକେଟ୍ ନେଇ ଟୁର୍ଣ୍ଣାମେଣ୍ଟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ ।

ମହମ୍ମଦ ଶାମି (ଭାରତ): ୯ ୱିକେଟ୍ ସହିତ ଭାରତର ବୋଲିଂ ଆକ୍ରମଣକୁ ନେତୃତ୍ୱ ଦେଇଥିଲେ ।

ମ୍ୟାଟ୍ ହେନ୍ରି (ନ୍ୟୁଜିଲାଣ୍ଡ): ୧୦ ୱିକେଟ୍ ସହିତ ଟୁର୍ଣ୍ଣାମେଣ୍ଟର ସର୍ବୋତ୍ତମ ବୋଲର୍ ଥିଲେ ।

ବରୁଣ୍ ଚକ୍ରବର୍ତ୍ତୀ (ଭାରତ): ମାତ୍ର ୩ ମ୍ୟାଚ୍ରେ ୯ ୱିକେଟ୍ ନେଇ ପ୍ରଭାବଶାଳୀ ଥିଲେ ।

ଅକ୍ଷର ପଟେଲ୍ (ଭାରତ): ୧୨ତମ ଖେଳାଳି ଭାବରେ ଚୟନିତ ହୋଇଛନ୍ତି ।

ଏହି ଟିମ୍ ଚୟନ ପ୍ୟାନେଲ୍ରେ ଆଇସିସି କମେଣ୍ଟେଟର୍ ଏବଂ ପୂର୍ବତନ ଆନ୍ତର୍ଜାତିକ ଖେଳାଳି ଇୟାନ୍ ବିଶପ୍, ସାଇମନ୍ ଡୌଲ୍ ଏବଂ ଆରନ୍ ଫିଞ୍ଚ୍, ହିନ୍ଦୁସ୍ତାନ୍ ଟାଇମ୍ସର ସାମ୍ବାଦିକ ରସେଶ୍ ମଣ୍ଡାନୀ ଏବଂ ଆଇସିସିର ଜେନେରାଲ୍ ମ୍ୟାନେଜର୍ ଇଭେଣ୍ଟ୍ସ୍ ଏବଂ କର୍ପୋରେଟ୍ କମ୍ୟୁନିକେଶନ୍, ଗୌରବ୍ ସାକ୍ସେନା ଉପସ୍ଥିତ ଥିଲେ ।