FeaturedLatestNewsPolitics

ତାରା ବାହିନୀପତିଙ୍କ ନିଲମ୍ବନକୁ ବିଧାନସଭା ଘେରିବ କଂଗ୍ରେସ

ଭୁବନେଶ୍ବର(ସଂକେତ ଟିଭି): ବରିଷ୍ଠ ବିଧାୟକ ତାରା ବାହିନୀପତିଙ୍କୁ ବିଧାନସଭାରୁ ୭ ଦିନ ପାଇଁ ନିଲମ୍ବନ ପ୍ରତିବାଦରେ କଂଗ୍ରେସ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଓ କରିବ । ପିସିସି ସଭାପତି ଭକ୍ତ ଚରଣ ଦାସ ଏନେଇ ସୂଚନା ଦେଇଛନ୍ତି । ସେ ଏହି ନିଲମ୍ବନକୁ ଅନ୍ୟାୟ ବୋଲି କହିବା ସହିତ ବାଚସ୍ପତିଙ୍କ ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। କଂଗ୍ରେସ ଭବନ ବୈଠକରେ ଏନେଇ ନିନ୍ଦା ପ୍ରସ୍ତାବ ଆସିଛି ବୋଲି ସେ କହିଛନ୍ତି।

ବିଧାନସଭାରୁ କଂଗ୍ରେସ ନେତା ତାରା ବାହିନୀପତି ୭ଦିନ ପାଇଁ ନିଲମ୍ବନ ହେବାକୁ ନେଇ ପ୍ରତିବାଦକୁ ଓହ୍ଲାଇଛି କଂଗ୍ରେସ। ଜୋରଦାର ବିରୋଧ କରିବା ସହ ବିଧାନସଭାକୁ ମଧ୍ୟ ବୟକଟ କରିଛି କଂଗ୍ରେସ। କଂଗ୍ରେସକୁ ବୁଝାଶୁଝା କରିଛି ଶାସକ ଦଳ। ଗୃହ ପରିତ୍ୟାଗ କରିଥିବା କଂଗ୍ରେସ ସଦସ୍ୟଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୁଝାଇଥିବାବେଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବୁଝାଶୁଝା କରିଛନ୍ତି। ବିଜେଡି ମଧ୍ୟ ତାରା ବାହିନୀପତିଙ୍କ ସମର୍ଥନରେ ବାହାରିଛି ଏବଂ ନିଲମ୍ବନ ପ୍ରତ୍ୟାହାର ପାଇଁ ବାଚସ୍ପତିଙ୍କୁ ଭେଟିଛି। ଶାସକ ଦଳ ଏହି ପରିସ୍ଥିତିରେ କଂଗ୍ରେସ ସହ ବୁଝାମଣା କରିବାକୁ ଚେଷ୍ଟା କରୁଛି।

ଘଟଣାଟି ମଙ୍ଗଳବାର ବିଧାନସଭାରେ ଘଟିଥିଲା, ଯେତେବେଳେ ତାରା ବାହିନୀପତି ଏବଂ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟରେ ହାତାହାତି ହୋଇଥିଲା। ଏହି ଘଟଣା ପରେ ବାଚସ୍ପତି ସୁରମା ପାଢୀ ତାରାଙ୍କୁ ନିଲମ୍ବନ କରିଥିଲେ। ତାରା ଏହି ନିଷ୍ପତ୍ତିକୁ ଅନ୍ୟାୟ ବୋଲି କହିଛନ୍ତି ଏବଂ ଜୟନାରାୟଣଙ୍କ ବିରୋଧରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।