ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ବର(ସଂକେତ ଟିଭି): କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ରାଜ୍ୟର ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହିତ, ସେ ଦଶଟି ନୂତନ ଅଗ୍ନିଶମ କେନ୍ଦ୍ର ଏବଂ ୨୫ଟି ରାପିଡ୍ ରେସପନ୍ସ ଗାଡ଼ିର ଶୁଭାରମ୍ଭ କରିବେ, ଯାହା ସଡ଼କ ଦୁର୍ଘଟଣାରେ ଜରୁରୀକାଳୀନ ସେବା ପ୍ରଦାନ କରିବ। ଏହି ପ୍ରକଳ୍ପଗୁଡ଼ିକ ପଞ୍ଚଦଶ ଅର୍ଥ କମିଶନଙ୍କ ଅନୁଦାନରୁ ପାଣ୍ଠି ବ୍ୟବହାର କରି ନିର୍ମାଣ କରାଯାଇଛି। ଅମିତ ଶାହ ରାଜ୍ୟର ବିଜେପି ନେତାମାନଙ୍କ ସହିତ ଆଗାମୀ ରାଜନୈତିକ ରଣନୀତି ନେଇ ମଧ୍ୟ ଆଲୋଚନା କରିବେ।
ଅନ୍ୟ ପକ୍ଷରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ସେ ନୟାଗଡ଼ର କଣ୍ଟିଲୋ ନୀଳମାଧବ ମନ୍ଦିର ଏବଂ କାଳିଆପଲ୍ଲୀ ଜଙ୍ଗଲରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରିଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ପ୍ରଶାସନ ଆଇନଶୃଙ୍ଖଳା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା କରିଛି। ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ।